MEllora 950×100

ରେଭେନ୍ସାରେ ହେବ ଶୋଧ ଗବେଷଣା ସମ୍ମେଳନ ‘ଅନ୍ୱେଷଣ – ୨୦୨୩’

ଡେସ୍କ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ କେନ୍ଦ୍ରୀୟ ଜୋନ ଗବେଷଣା ସମ୍ମେଳନ ଅନ୍ୱେଷଣ – ୨୦୨୩ ଆୟୋଜିତ ହେବ। ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭର୍ସିଟିଜର ମିଳିତ ଅନୁକୁଲ୍ୟରେ ଆସନ୍ତା ୨୪ ଓ ୨୫ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମଧ୍ୟ-ପୂର୍ବ ଭାରତରେ ଥିବା ବିଶ୍ୱବିଦ୍ୟାଳୟ ଗୁଡିକର ଗବେଷକ ଯୋଗଦେଇ ଶୋଧ ପ୍ରକଳ୍ପ ସ୍ଥାପନ କରିବେ। ଏହି ପ୍ରକଳ୍ପ ଗୁଡିକ ପ୍ରଥମେ ବିଶ୍ୱବିଦ୍ୟାଳୟ ସ୍ଥରରେ ଚୟନ କରାଯାଇ ଜୋନାଲ ସ୍ଥରରେ ଉପସ୍ଥାପିତ ହେବ ଏବଂ ଚୟନ ହୋଇଥିବା ଶୋଧ ପ୍ରକଳ୍ପ ଗୁଡିକ ରାଷ୍ଟ୍ରୀୟ ସ୍ଥରରେ ହେବାକୁ ଥିବା ଗବେଷଣା ସମ୍ମେଳନରେ ଉପସ୍ଥାପିତ ହେବ।

ରେଭେନ୍ସାରେ ହେବାକୁ ଥିବା ଏହି ସମ୍ମେଳନର ପୃଷ୍ଠପୋଷକ ଭାବେ ବିଶ୍ୱବିଦ୍ୟାଳୟର କୁଳପତି ଡଃ ସଞ୍ଜୟ କୁମାର ନାୟକ ଏବଂ ବିଶ୍ୱବିଦ୍ୟାଳୟର ଗବେଷଣା ପ୍ରଭାଗର ନିର୍ଦ୍ଦେଶକ ପ୍ରଫେସର ଅମରେନ୍ଦ୍ର ପାଣି ଓ ସହ-ନିର୍ଦ୍ଦେଶକ ଡଃ ଉଷା ରାୟ ନେଗୀ ଅଛନ୍ତି। ଏହି ଶୋଧ ସମ୍ମେଳନର ସାଙ୍ଗଠନିକ କମିଟିରେ ସଦସ୍ୟ ଭାବରେ ରେଭେନ୍ସା ପିଜି କାଉନ୍ସିଲ ଅଧ୍ୟକ୍ଷା ପ୍ରଫେସର ଅସୀମା ସାହୁ, ବରିଷ୍ଠ ବିଶେଷଜ୍ଞ ପ୍ରଫେସର ପ୍ରଦୀପ୍ତ କୁମାର ମହାପାତ୍ର, ପ୍ରଫେସର ଲୁନା ସାମନ୍ତ ଏବଂ ପ୍ରଫେସର ସମ୍ବିତ ପାଣିଗ୍ରାହୀ ରହିଛନ୍ତି।

ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରମାଦେବୀ ମହିଳା ମହାବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଯୋଗଦେବେ ବୋଲି ସମ୍ମେଳନର ଆଞ୍ଚଳିକ ସଂଯୋଜକ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ସୁଦର୍ଶନ ମିଶ୍ର ଏବଂ ବିଶ୍ୱବିଦ୍ୟାଳୟ ସଂଯୋଜକ ଡଃ ଶରତ କୁମାର ନାୟକ ଜଣାଇଛନ୍ତି।

Comments are closed.