୧୭୧ ୱାରେଣ୍ଟିଙ୍କୁ ଗିରଫ କରିଛି କଟକ ପୁଲିସ

ରାଜ୍ୟ ପୁଲିସ୍‍ ପକ୍ଷରୁ ଜାମିନ୍‍ ବିହୀନ ପରୱାନା ଜାରି ହୋଇଥିବା ଅପରାଧୀମାନଙ୍କୁ ଗିରଫ କରିବା ଲାଗି ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନରେ କଟକ ପୁଲିସ ୧୭୧ ଜଣ ପୁରୁଣା ୱାରେଣ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କଟକ ଡିସିପି ଦେଇଥିବା ସୂଚନା ଅନୁଯାୟୀ, ୧୯୯୬, ୧୯୯୯, ୨୦୦୦, ୨୦୦୧, ଓ ୨୦୦୮ ମସିହାରୁ ଏହି ଅପରାଧୀମାନେ ଫେରାର ଥିଲେ। ସମ୍ପୃକ୍ତ ଅପରାଧୀମାନେ ହତ୍ୟା, ଡକାୟତି ଓ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ସେମାନଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା।


ଏହି ସ୍ୱତନ୍ତ୍ର ଅଭିଯାନରେ ପୂର୍ବରୁ ରାଜ୍ୟରେ ୯୭୩ ଜଣ ୱାରେଣ୍ଟି ଧରାପଡିଥିଲେ। ଚଳିତ ମାସ ୭ ତାରିଖରୁ ଆରମ୍ଭ ହୋଇଥିବାଏହି ସ୍ୱତନ୍ତ୍ର ଅଭିଯାନ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସେମାନଙ୍କ ମଧ୍ୟରୁ ୮୪୩ ଜଣଙ୍କୁ ଜେନେରାଲ ରେଜିଷ୍ଟର୍‍ (ଜି.ଆର୍‍) ଏବଂ ୧୩୦ ଜଣଙ୍କୁ ସେସନ୍‍ ଟ୍ରାଏଲ୍‍ (ଏସ୍‍.ଟି) ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।

Comments are closed.