ସେଣ୍ଟ ଜାଭିୟର୍ସ ହାଇସ୍କୁଲ ସ୍କାଉଟ ଓ ଗାଇଡ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଡେସ୍କ: କଟକ ବାରବାଟି ଷ୍ଟାଡିୟମ୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ସ୍କାଉଟ ଓ ଗାଇଡ ପିଲାମାନେ ନିକଟସ୍ଥ ଦୟାଶ୍ରମର ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ପ୍ରତିବର୍ଷ ସେହି ସ୍କୁଲର ସ୍କାଉଟ ଓ ଗାଇଡ ପିଲାମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଜନହିତକର କାର୍ଯ୍ୟ କରିଥାନ୍ତି। ଚଳିତ ବର୍ଷ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଗାଇଡ କ୍ୟାପଟେନ କଳିକା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍କାଉଟ ଓ ଗାଇଡ ପିଲାମାନେ ଦୟାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ଦେବା ସହ ସେମାନଙ୍କ ଗହଣରେ ଖୁସିର ମୁହୂର୍ତ୍ତ ଅତିବାହିତ କରିଥିଲେ।

ଏଥିରେ ହାଇସ୍କୁଲର ଉପାଧ୍ୟକ୍ଷ ରିତେଶ ମହାନ୍ତି ଓ ଶିକ୍ଷୟିତ୍ରୀ ସୋମା ମହାନ୍ତି ସହଯୋଗ କରିଥିଲେ। ପ୍ରଧାନ ଅଧ୍ୟକ୍ଷ ଡଃ ପ୍ରିୟଦର୍ଶୀ ନାୟକ ଏହି ଅବସରରେ ସ୍କାଉତ୍ ଓ ଗାଇଡ ପିଲାମାନଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି।

Comments are closed.