ମହିଳାଙ୍କ ମୃତଦେହ ଉଦ୍ଧାର , ଯୌତୁକ ପାଇଁ ହତ୍ୟା ସନ୍ଦେହ

କଟକ : କଟକ ଜିଲା ରାଣୀହାଟ ଗୌଡ଼ସାହିରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଛି । ମୃତ ମହିଳା ହେଲେ ଦିପ୍ତି ରାଣୀ ମହାରଣା । ତାଙ୍କ ବାପଘର ପୁରୀ ଜିଲା ଅନ୍ତର୍ଗତ ମାର୍କେଣ୍ଡଶ୍ୱର ସାହୀରେ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ , ଯୌତୁକ ପାଇଁ ଦିପ୍ତିଙ୍କୁ ଶାଶୁଘର ଲୋକ ହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ପୂର୍ଣ୍ଣଚନ୍ଦ୍ର କଟକ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଘଟଣାରେ ଦିପ୍ତିଙ୍କ ସ୍ୱାମୀଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି । ପୁଲିସ ଘଟଣାର ଅଧିକ ତଦନ୍ତ ଜାରିରଖିଛି ।

Comments are closed.