ସରକାରୀ ବାସଭବନରେ ବିଚାରପତିଙ୍କ ଆତ୍ମହତ୍ୟା

ଡେସ୍କ: ଆତ୍ମହତ୍ୟା କଲେ କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ। ଶୁକ୍ରବାର ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସିଡିଏର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ।

ମିଳିଥିବା ସୂଚନା ମୁତାବକ, ବିଚାରପତି ୨ ଦିନ ହେଲା ଛୁଟିରେ ଥିଲେ। ୨ଦିନ ଛୁଟି ପରେ ଆଜି କୋର୍ଟ ଆସିବାର ଥିଲେ ମଧ୍ୟ ପୁଣି ଛୁଟି ନେଇଥିଲେ। ସକାଳେ ଷ୍ଟେନୋଙ୍କୁ ଫୋନ୍‌ କରି ଛୁଟି ଦରଖାସ୍ତ ଦେବାକୁ କହିଥିଲେ।

Comments are closed.