ସମାଜ’ ପକ୍ଷରୁ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍କ କେଣ୍ଟାଳ ପଞ୍ଚାୟତ କାର୍ଯ୍ୟାଳୟରେ ପୂଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ପୂଣ୍ୟତିଥି ଉପଲକ୍ଷେ ‘ସମାଜ’ ପକ୍ଷରୁ ସେବା ଓ ସେବକ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଏକ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ସ୍ଥାନୀୟ ସମାଜ ପ୍ରତିନିଧି ସୁରେନ୍ଦ୍ର ନାଥ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡାର ଭୂମିକା ଚକ୍ଷୁ ଚିକିତ୍ସାଳୟର ଚିକିତ୍ସକଙ୍କ ଦ୍ୱାରା ୨୫ଜଣ ରୋଗୀଙ୍କ ଆଖି ପରୀକ୍ଷା କରାଯାଇଛି । ଏହାକୁ ରଘୁନାଥ ଜୀଉ ମନ୍ଦିର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ପ୍ରକାଶ ଚନ୍ଦ୍ର ସାହୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ସରପଞ୍ଚ ତୃପ୍ତିରେଖା ନାୟକ ଯୋଗଦେଇ ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।

Comments are closed.