ଫ୍ରେଣ୍ଡସିପ୍‌ ପର୍ବତାରୋହଣ କଲେ ସୌଭାଗ୍ୟ, ପ୍ରଭାସ

କଟକ: ଲୋହମାନବ ସୌଭାଗ୍ୟ କୁମାର ରଥ ଓ ପ୍ରଭାସ ରଞ୍ଜନ ଚିନ୍ନାରା ପୀର ପ୍ରାଞ୍ଜଳ ପର୍ବତ ଫ୍ରେଣ୍ଡସିପ୍‌ ପିକ୍‌ ୫୨୮୭ ମିଟର ଉଚ୍ଚତାକୁ ସଫଳତାର ସହିତ ଆରୋହଣ କରିଛନ୍ତି। ଦୁଇ ଓଡ଼ିଆ ଗୁରୁବାର ଉକ୍ତ ପର୍ବତର ଶିଖରରେ ପହଞ୍ଚିବାରେ ସଫଳ ହୋଇଥିଲେ। ଅତ୍ୟାଧିକ ତୁଷାରପାତ ସହ ଖରାପ ପାଗ ପାଇଁ ଉକ୍ତ ପର୍ବତକୁ ଆରୋହଣ କରିବା ନେଇ ସୌଭାଗ୍ୟ ଓ ପ୍ରଭାସଙ୍କୁ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥିଲା। ସବୁ ବାଧାବିଘ୍ନକୁ ଅତିକ୍ରମ କରି ସୌଭାଗ୍ୟ ଓ ପ୍ରଭାସ ଶେଷରେ ପର୍ବତର ଶିଖରରେ ପହଞ୍ଚି ଜାତୀୟ ପତାକାକୁ ଉଡାଇଥିଲେ। ଲୋହମାନବ ସୌଭାଗ୍ୟ ୨୦୧୯ରେ ଜର୍ମାନୀରେ ସଫଳତା ହାସଲ କରିଥିବାବେଳେ ପ୍ରଭାସ ଡିଷ୍ଟାନ୍ସ ରନର ଓ ସାଇକଲ ଚାଳନାରେ ମଧ୍ୟ ସଫଳତା ହାସଲ କରିଛନ୍ତି। ଫ୍ରେଣ୍ଡସିପ୍‌ ପର୍ବତାରୋହଣ କରିବା ପରେ ସୌଭାଗ୍ୟ ଖୁସି ଜାହିର କରିଛନ୍ତି। ଏହି ସଫଳତା ଲାଗି ସୌଭାଗ୍ୟ ଓ ପ୍ରଭାସଙ୍କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ(ଓସ୍‌ଜା) ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Comments are closed.