ପୁଣି ଥାନାରେ ବର୍ଷା; ସାଇବର ସେଲରେ କଲେ ଅଭିଯୋଗ

କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେବ ଅନୁଭବ ଲଗାତର ପତ୍ନୀ ବର୍ଷାଙ୍କ ବିରୋଧରେ ଭିଡିଓ ପୋଷ୍ଟ କରୁଥିବା ବେଳେ ଏବେ ପତ୍ନୀ ବର୍ଷା ମଧ୍ୟ ବାରମ୍ବାର ଥାନାରେ ଦ୍ୱାରସ୍ଥ ହେଉଛନ୍ତି । ଗତକାଲି କଟକର ପୁରୀଘାଟ ଥାନରେ ବର୍ଷା ସ୍ୱାମୀ ଅନୁଭବଙ୍କ ନାଁରେ ଅଭିଯୋଗ ଆଣିଥିବା ବେଳେ ଆଜି ପୁଣି କଟକ ସାଇବର ଥାନାରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଏତଲା ଦେଇଛନ୍ତି ।  ସୋସିଆଲ ମିଡିଆରେ ଛବି ଖରାପ କରାଯାଉଥିବା ଅଭିଯୋଗ କରିଛନ୍ତି ବର୍ଷା । ଏତଲା ଆଧାରରେ ବର୍ଷାଙ୍କ ଏତଲା ଅଧାରରେ ଆଇପିସି ଧାରା ୫୦୯ରେ ମାମଲା ରୁଜୁ ହୋବା ସହ ଅଭିଯୋଗ ଭିତ୍ତିରେ ଆଇଟି ଆକ୍ଟରେ ମାମଲା ମଧ୍ୟ ରୁଜୁ କରାଯାଇଥିବା ଜଣାପଡ଼ିଛି ।

Comments are closed.