ଅପହରଣ ଉଦ୍ୟମ ପଣ୍ଡ; ହାତଗୋଡ଼ ବନ୍ଧା ଅବସ୍ଥା ନାବାଳିକା ଉଦ୍ଧାର

କଟକ: କଟକ ସଦର ଥାନା ଅଞ୍ଚଳରୁ ନାବାଳିକାଙ୍କୁ ଅପହରଣ ଉଦ୍ୟମ ବେଳେ ଉଦ୍ଧାର କରାଯାଇଛି । ନାବାଳିକାଙ୍କୁ ସ୍ଥାନୀୟ ଗ୍ରମାବାସୀ ମାନେ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିଲା । ବିଳମ୍ୱିତ ରାତିରେ ନାବାଳିକାଙ୍କ ହାତଗୋଡ଼ ବନ୍ଧା ଅବସ୍ଥାରେ ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରିଛନ୍ତି । ଏନେଇ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ପୁଲିସ ମଧ୍ୟ ଆକ୍ରୋଶର ଶିକାର ହୋଇଥିବା ଜଣାପଡ଼ିଛି । ଅପହରଣ ଘଟଣାରେ ପୁଲିସ ଜଣେ ଆଶ୍ରମର କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ନାବାଳିକା ଜଣଙ୍କୁ କାହିଁକି ଅପହରଣ କରାଯାଉଥିଲା ? କେଉଁ ସ୍ଥାନକୁ ନିଆଯାଉଥିଲା ତାହା ଜଣାପଡ଼ିନାହିଁ ।

Comments are closed.