ଅବସର ପ୍ରାପ୍ତ ଆଇପିଏସ୍‌ ଅଫିସର କେ. ଏମ. ଲାଲଙ୍କ ବିୟୋଗରେ ଶୋକ

କଟକ: ଅବସର ପ୍ରାପ୍ତ ଆଇ.ପି.ଏସ୍‌ ଅଫିସର କେ. ଏମ. ଲାଲ ଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ୍ ସଂଘର ସଭ୍ୟ ସଭ୍ୟା ମାନେ ଗଭୀର ମର୍ମାହତ ହୋଇଛନ୍ତି। ରାଜ୍ୟ ପୋଲିସ ମୁଖ୍ୟାଳୟ, କଟକ ଠାରେ ପୋଲିସ ଡି.ଜି. ଶ୍ରୀ ସୁନିଲ କୁମାର ବଂଶଲଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ସ୍ୱର୍ଗତଃ ଲାଲଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହି ଅବସରରେ ସ୍ୱର୍ଗତଃ ଲାଲଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ସଂଘ ତରଫରୁ ସ୍ୱର୍ଗତଃ ଲାଲଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା। ସ୍ୱର୍ଗତଃ ଲାଲ ରାଜ୍ୟ ପୋଲିସ ତଥା କେନ୍ଦ୍ରରେ ବିଭିନ୍ନ ପଦ ପଦପଦବୀରେ ଦକ୍ଷତାର ସହ କାର୍ୟ୍ୟ ସଂପାଦନ କରିଥିଲେ।

Comments are closed.