କଟକରେ ପୁଣି ଉଚ୍ଛେଦ ଆରମ୍ଭ

କଟକ : କଟକ ଜିଲାର କେତେକ ସ୍ଥାନରେ ଶୁକ୍ରବାର ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି। ସିଟି ହସ୍ପିଟାଲ ସମ୍ମୁଖରେ ଥିବା ଦୋକାନ ବଜାର ସବୁକୁ ଉଚ୍ଛେଦ କରିବା ଜାରି ରହିଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଉଛି।  ଜବରଦଖଲକୁ ନେଇ ସ୍ଥାନୀୟଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଚ୍ଛେଦ ପୂର୍ବରୁ ପୁଲିସ ଓ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମୟ ଦିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି ବୋଲି ସୂଚନା ମିଳିଛି।

Comments are closed.