ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

କଟକ : କଟକ ଜିଲା ଜଗତପୁର ଥାନା ଅନ୍ତର୍ଗତ ପାଗା ଛକରେ ଥିବା ଏକ ମଦ କାଉଣ୍ଟର ନିକଟରୁ ବୁଧବାର ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ବ୍ୟକ୍ତିଙ୍କୁ କୌଣସି ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ମୃତ ବ୍ୟକ୍ତି ଜଣଙ୍କ ଜଣେ ପାନ ଦୋକାନୀ ଓ ସ୍ଥାନୀୟ ଲକ୍ଷ୍ମୀନାରାୟଣପୁର ଗାଁର ବୋଲି ଜଣାପଡ଼ିଛି। ତାଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।

Comments are closed.