କଟକରେ ପୁଣି ନକଲି ମସାଲା କାରଖାନା ଠାବ

କଟକ: କଟକ ସହର ଜଗତପୁର ଅଞ୍ଚଳରେ ପୁଣି ହଳଦୀ ଓ ଲଙ୍କା ଅପମିଶ୍ରଣକାରୀ କାରଖାନା ଠାବ କରାଯାଇଛି। ଏହି କାରଖାନାରୁ ୫୦ କ୍ବିଣ୍ଟାଲ୍‌ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଛି। ନାମିଦାମି ଷ୍ଟିକର ସହ ବିପୁଳ କଞ୍ଚାମାଲ ଓ ମେସିନ୍ ଜବତ କରାଯାଇଛି। ଜଗତପୁର ଅଞ୍ଚଳରେ ଚଢ଼ାଉ କରି କମିଶନରେଟ୍‌ ପୁଲିସ ଏହି ନକଲି କାରଖାନା ଠାବ କରିବା ସହିତ ୨ଜଣଙ୍କୁ ଅଟକ ରଖିଛି। ବିନା ଲାଇସେନ୍ସରେ ଏହି କାରଖାନା ଚାଲୁଥିଲା । ପୁଲିସ ଖବର ପାଇ ଚଢାଉ କରି ବିପୁଳ ପରିମାଣର ହଳଦୀ ,ଲଙ୍କାଗୁଡ ଜବତ କରିଛି । ଜଗନ୍ନାଥ ଇଣ୍ଡଷ୍ଟ୍ରି ମନ୍ଦିର ଲେବେଲ ନାମରେ ବଜାରରେ ନକଲି ସାମଗ୍ରୀ ବିକ୍ରି କରାଯାଉଥିଲା।। ଗତ ଦୁଇ ଦିନ ତଳେ ମଧ୍ୟ ମାଲଗୋଦାମ ଅଞ୍ଚଳରେ ଥିବା ନକଲି ହଳଦୀ ଓ ଲଙ୍କା ଗୁଣ୍ଡ କାରଖାନାରେ ଚଢାଉ ହୋଇଥିଲା। ଜଗତପୁରରେ ଅପମିଶ୍ରିତ ନକଲି ହଳଦୀ ଓ ଲଙ୍କା ଗୁଣ୍ଡ କାରଖାନା ଉପରେ କମିସନରେଟ ପୁଲିସ ଚଢାଉ କରିଛି।

Comments
Loading...