କଟକ ମହାନଗର ଶାନ୍ତି କମିଟି ନିର୍ବାଚନ – ଦେବେନ୍ଦ୍ର ସଭାପତି, ଭିକାରୀ ସମ୍ପାଦକ

କଟକ: କଟକ ମହାନଗର ଶାନ୍ତି କମିଟିର ନିର୍ବାଚନ ଶନିବାର ପୂର୍ବାହ୍ଣରେ ଓସିଏ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବସମ୍ମତି କ୍ରମେ ଶାନ୍ତି କମିଟି ସଭାପତି ଭାବେ ପୁନର୍ବାର ଛତ୍ରବଜାର ପୂଜା କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ସମ୍ପାଦକ ଭାବେ ଭାରତମାତା ପୂଜନ ସମିତିର ସଭାପତି ଭିକାରୀ ଦାସ ଓ କୋଷାଧ୍ୟକ୍ଷ ଭାବେ ସାହେବଜାଦା ବଜାର ପୂଜା କମିଟିର ସମ୍ପାଦକ କେଦାରନାଥ ବେହେରାଙ୍କୁ ମନୋନୀତ କରାଯାଇଥିଲା।

ଏଥିପାଇଁ ଅନୁଷ୍ଠିତ ଅଧିବେଶନରେ ୧୭୦ ମଣ୍ଡପର ପ୍ରାୟ ୩୦୦ରୁ ଅଧିକ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ। କଟକ ମହାନଗର ପୂଜା କମିଟିର ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ସେହିପରି ସହ ନିର୍ବାଚନ ଅଧିକାରୀ ଜ୍ୟୋତି ପ୍ରକାଶ ଘୋଷ, ଆଶିଷ କୁମାର ସାହୁ ଏବଂ ୧୫ ଜଣ ନିର୍ବାଚନ ପରିଚାଳନା କାର୍ୟ୍ୟ​‌ରେ ନିୟୋଜିତ ହୋଇଥିଲେ।

ପୂର୍ବତନ ମନ୍ତ୍ରୀ ସମୀର ଦେ, ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, ବିଜେଡି କଟକ ନଗର ସଭାପତି ମଧୁସୂଦନ ସାହୁ, ସିପିଆଇ ସମ୍ପାଦକ ଅମରେନ୍ଦୁ ମହାନ୍ତି, ସିପିଆଇଏମ ସମ୍ପାଦକ ବଦ୍ରିନାରାୟଣ ଦାସ ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ପୂଜା କମିଟି ପକ୍ଷରୁ ବାଲୁବଜାର ପୂଜା କମିଟି ସଭାପତି ସୂର୍ୟ୍ୟକାନ୍ତ ସାଙ୍ଗାନାରିୟା, ମଙ୍ଗଳାବାଗ ପୂଜା କମିଟି ସଭାପତି ନୃସିଂହ ଚୌଧୁରୀ, ବାଦାମବାଡ଼ି-ଶଙ୍କରପୁର ପୂଜା କମିଟି ସଭାପତି ପ୍ରମୋଦ ପାତ୍ର, ରାଜାବଗିଚା ଲେବର କଲୋନୀ ମହାଦେବ ପୂଜା କମିଟି ସଭାପତି ଅମ୍ଳାନବଦନ ପଟ୍ଟନାୟକ, କାଜିବଜାର ପୂଜା କମିଟି ସମ୍ପାଦକ ପ୍ରଦୀପ ସିହ୍ନା, କଲେଜଛକ ପୂଜା କମିଟି ସଭାପତି ଉତ୍ତମ ବେହେରା, ହରିପୁୂର-ଦୋଳମୁଣ୍ଡାଇ ପୂଜା କମିଟି ସମ୍ପାଦକ ଲିଙ୍ଗରାଜ ହାତୀ, ରାମଗଡ଼ କନିକାଛକ ପୂଜା କମିଟି ବିଜୟ କୁମାର ଦାଶ, ବଣିଆ ସାହି ପୂଜା କମିଟି ସଭାପତି ଶିବେନ୍ଦ୍ର ହାତୀ, କଟକଚଣ୍ଡୀ ରୋଡ-ଶେଖ ବଜାର ପୂଜା କମିଟି ସଭାପତି ରାଜକିଶୋର ନାୟକ, ଡାହାଳିଆବାଗ ପୂଜା କମିଟି ସମ୍ପାଦକ କୌଶିକ ଜେନା, ଫିରିଙ୍ଗିବଜାର ପୂଜା କମିଟି ସମ୍ପାଦକ ନରେଶ ଚନ୍ଦ୍ର ସାହୁ, ପାଇକସାହି ହରପାର୍ବତୀ ପୂଜା କମିଟି ସମ୍ପାଦକ ନଳିନୀ କୁମାର ସେନାପତି ପ୍ରମୁଖ ନୂତନ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ବିଭିନ୍ନ ପୂଜା କମିଟି ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ନୂତନ କର୍ମକର୍ତ୍ତାଙ୍କୁ ସ୍ବାଗତ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଦେବେନ୍ଦ୍ର ସାହୁ ୨୦୧୧ରୁ ୨୦୧୪ ପର୍ୟ୍ୟନ୍ତ କାମଚଳା ସଭାପତି ଥିବା ବେଳେ ୨୦୧୪ ନିର୍ବାଚନରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେହିଭଳି ୨୦୦୦ରୁ ଭିକାରୀ ଦାସ ସମ୍ପାଦକ ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି। ସେ ଦୀର୍ଘବର୍ଷ ଧରି ସମ୍ପାଦକ ଦାୟିତ୍ବ ନିର୍ବାହ କରି ପୁନର୍ବାର ନିର୍ବାଚିତ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି।

Comments are closed.