ଓ.ଏସ୍.ଏ.ପି ଷଷ୍ଠ ବାଟାଲିୟନ ୭୬ତମ ରାଜ୍ୟ ପୁଲିସ କବାଡି ଓ ହ୍ୟାଣ୍ଡବଲ ଚାମ୍ପିଆନ

କଟକ: କଟକ ଓ.ଏସ୍.ଏ.ପି ବାଟାଲିୟନ ପରିସରରେ ଚାଲିଥିବା ୭୬ ତମ ରାଜ୍ୟ ପୁଲିସ କବଡି ଓ ଅଷ୍ଟମ ହ୍ୟାଣ୍ଡବଲ ପ୍ରତିଯୋଗିତା-୨୦୧୯ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଛି। ସ୍ବତନ୍ତ୍ର ସଶସ୍ତ୍ର ଆରକ୍ଷୀ ବିଭାଗର ସ୍ବତନ୍ତ୍ର ଡି.ଜି ମନୋଜ ଛାତ୍ରା ଏହି ଅବସରରେ ଅଂଶ ଗ୍ରହଣ କରି କୃତିତ୍ବ ହାସଲ କରିଥିବା ଦଳ ଓ ଖେଳାଳୀ ମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ଚଳିତ ବର୍ଷ ପୁଲିସର ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା କବାଡି ବିଭାଗରେ ଓ.ଏସ୍.ଏ.ପି ଷଷ୍ଠ ବାଟାଲିୟନ ଦଳ ଚାମ୍ପିଆନ ହୋଇଥିବା ବେଳେ ସମ୍ବଲପୁର ଜିଲା ଦଳ ରନର୍ସ ଅପ୍ ଆଖ୍ୟା ଅର୍ଜନ କରିଛି। ସେହିପରି ହ୍ୟାଣ୍ଡବଲ ବିଭାଗରେ ଓ.ଏସ୍.ଏ.ପି ଷଷ୍ଠ ବାଟାଲିୟନ ଦଳ ଶ୍ରେଷ୍ଠ ସ୍ଥାନ ହାସଲ କରି ଚାମ୍ପିଆନ ହୋଇଥିବା ବେଳେ ରନର୍ସ ଅପ୍ ହୋଇଛନ୍ତି କେନ୍ଦୁଝରର ଏସ୍.ଏସ୍ ବାଟାଲିୟନ। ଗତ ୧୮.୧୦.୨୦୧୯ରେ ଆରମ୍ଭ କରାଯାଇଥିବା ଏହି ପ୍ରତିଯୋଗିତାରେ କବାଡିରେ ସମୁଦାୟ ୨୫ଟି ଦଳ ଓ ହ୍ୟାଣ୍ଡବଲରେ ସମୁଦାୟ ୧୦ଟି ଦଳ ଅଶଂଗ୍ରହଣ କରିଥିଲେ। ଲିଗ୍ କମ୍ ନକ୍ ଆଉଟ ଆଧାରରେ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ପୁଲିସ ଜିଲା ଓ ପ୍ରତିଷ୍ଠାନରୁ ୫୦୦ରୁ ଅଧିକ କ୍ରୀଡାବିତ ଅଂଶଗ୍ରହଣ କରିଥିଲେ।

ଶୁକ୍ରବାର ଉଦଯାପନୀ କାର୍ୟ୍ୟକ୍ରମରେ ଆୟୋଜନ କମିଟିର ଅଧ୍ୟକ୍ଷ ତଥା ଏସ.ଏପିର ଆଇଜି ଯତୀନ୍ଦ୍ର କୋଏଲ,ଷଷ୍ଠ ବାଟାଲିୟନର ଦୁର୍ଗପତି ବୈକୁଣ୍ଠ ବିହାରୀ ରାଉତ,ରାଜ୍ୟ ପୁଲିସ ମୁଖ୍ୟାଳୟର କ୍ରୀଡା ଅଧିକାରୀ ବିଭୁତି ଭୁଷଣ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.