ଆଜି ଓ କାଲି ହାଇକୋର୍ଟ ବନ୍ଦ

କଟକ : ଆଜି ଓ ଆସନ୍ତା କାଲି ୨ ଦିନ ଓଡ଼ିଶା ହାଇକୋର୍ଟ ବନ୍ଦ। ହାଇକୋର୍ଟର କେତେକ ବିଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ଛୁଟି ଦିନରେ ହାଇକୋର୍ଟ ପରିସରକୁ ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନା ଯୋଗ୍ୟ ,  କରୋନା ସଂକ୍ରମିତ ସଂଖ୍ୟା ବଢିବାରୁ  ହାଇକୋର୍ଟ ସେପ୍ଟେମ୍ବର ୨୧ ଓ ୨୨ ତାରିଖ ବନ୍ଦ ଥିବାରୁ ୨୧ ତାରିଖ ପାଇଁ ପ୍ରକାଶିତ କଜ୍ ଲିଷ୍ଟରେ ତାଲିକାଭୁକ୍ତ ମାମଲା ଗୁଡ଼ିକ ୨୩ ତାରିଖ ଦିନ ଶୁଣାଣି ହେବ। ୨୨, ୨୩, ୨୪, ୨୫ ତାରିଖ ପାଇଁ ପ୍ରକାଶିତ ରିଜର୍ଭ ଲିଷ୍ଟର ଜାମିନ ଆବେଦନ ଗୁଡ଼ିକ ଯଥାକ୍ରମେ ଆସନ୍ତା ୨୪, ୨୫, ୨୮ ଓ ୨୯ ତାରିଖ ଦିନ ଶୁଣାଣି କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

Comments are closed.