କଟକ ଦରଘା ବଜାରସ୍ଥିତ ସାରସ୍ୱତ ପ୍ରେସରେ ବଡ ଧରଣର ଅଗ୍ନିକାଣ୍ଡ

କଟକ : କଟକ ଦରଘା ବଜାରରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଦରଘା ବଜାରରେ ଥିବା ସାରସ୍ୱତ ପ୍ରେସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ନେଇ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀର ୩ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଯିଥିବା ଜଣାପଡିଛି । ଗତକାଲି ରାତି ୩ଟାରେ ନିଆଁ ଲାଗିଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉପର ମହଲାରେ ଥିବା ୩ଜଣଙ୍କୁ ଉଦ୍ଧାର କରିଛି। ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ପ୍ରେସରେ ଥିବା ବହୁ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି ।

Comments are closed.