କଟକରେ ଏନକାଉଣ୍ଟର, ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

0

କଟକ : ଅପରାଧୀଙ୍କୁ କାବୁ କରିବା ପାଇଁ କଟକ କମିଶନରେଟ ପୁଲିସ ଗୁରୁବାର ରାତିରେ ପୁଣି ଏନ୍‍କାଉଣ୍ଟର କରିଛି। ଏନ୍‌କାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ଟିଟୋର ଦୁଇ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି। ଦୁଇଜଣଙ୍କ ଗୋଡରେ ଗୁଳି ବାଜିଛି। ଆହତଙ୍କୁ କାବୁ କରି ପୁଲିସ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି।
ଆହତ ଅପରାଧୀ ଦ୍ୱୟ ହେଲେ ଲାଲବାଗ ଥାନା ଅନ୍ତର୍ଗତ ଦେୱାନ ବଜାର ଅଞ୍ଚଳର ସେଖ୍‍ କାଲାବାବୁ ଓରଫ ବାବୁ ଖାନ୍‍(୪୨) ଓ କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ସାଇଲୋ ବଡ଼ବିଲ ଗ୍ରାମର କେଶବ ଚନ୍ଦ୍ର ରାଉତରାୟଙ୍କ ପୁଅ ଡେଙ୍ଗା ଓରଫ ଅଲେଖ ରାଉତରାୟ(୪୦)। ସେମାନଙ୍କ ନିକଟରୁ ଗୋଟିଏ ୯ଏମ୍‍ଏମ୍‍ ପିସ୍ତଲ, ଦୁଇଟି ଗୁଳି, ୩ ଖୋକା, ଫୁଟା ବୋମାର ସରଞ୍ଜାମ, ବାଇକ ଓ ମୋବାଇଲ ଫୋନ୍‍ ଜବତ କରଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ୨୮ ତାରିଖରେ ଜଗତପୁର ଡେଲ୍‌ଟା କଲୋନୀ
ଅଞ୍ଚଳରେ ଦାଦାବଟିକୁ କେନ୍ଦ୍ରକରି ତାହେର ରହେମାନଙ୍କ ଉପରକୁ କେତେକ ଦୁର୍ବୃତ୍ତ ଗୁଳିମାଡ କରି ଫେରାର ହୋଇଯାଇଥିଲେ। ଏହି ଘଟଣାର ପୁଲିସ ତଦନ୍ତ ଆରମ୍ଭ କରିଥିଲ।ା ପ୍ରାଥମିକ ତଦନ୍ତ ପରେ ଏହି ଗୁଳିକାଣ୍ଡ ଘଟଣାରେ ଟିଟୋର ସମ୍ପୃକ୍ତି ଥିବା ନେଇ ଜଣାପଡିଥିଲା। ଟିଟୋର ସହଯୋଗୀଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିବା ସହିତ ଅପରାଧୀଙ୍କ ଉପରେ ତୀକ୍ଷ୍ମଣ ନଜର ରଖିଥିଲା। ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଭଦିମୂଳସ୍ଥିତ ମହାନଦୀ ବନ୍ଧରେ ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ସହଯୋଗୀକୁ ଧରିବା ପାଇଁ ଉଦ୍ୟମ କରାଯିବା ସମୟରେ ସେମାନେ ଗୁଳିଚାଳନା ଓ ବୋମାମାଡ଼ କରିବାରୁ ପୁଲିସ ବାଧ୍ୟ ହୋଇ ଗୁଳିଚାଳନା କରିଛି। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି। ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ପୁଲିସ ଆଜିସୁଦ୍ଧା ୪ଜଣକୁ ଗିରଫ କରି ପଚରାଉଚୁରା କରିବା ପରେ ଘଟଣା ପଛରେ ରହିଥିବା ପଚ୍ଛଦପଟ ନାୟକଙ୍କ ନାମ ପଦାକୁ ଆସିଥିଲା। ଟିଟୋର ପ୍ରମୁଖ ସହଯୋଗୀ ତଥା ସହରର ଦୁର୍ଦାନ୍ତ ଅପରାଧୀ ସେକ୍‍ କାଲାବାବୁଙ୍କ ନିର୍ଦେଶରେ ଗୋବିନ୍ଦପୁର ଅନ୍ୟତମ ଅପରାଧୀ ଡେଙ୍ଗା ଓ ତା’ର ସହଯୋଗୀମାନେ ଏହି ଗୁଳିକାଣ୍ଡ ଘଟାଇଥିବା ଜଣାପଡିବା ପରେ ସେମାନଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇଥିଲା। ଆଜି ସନ୍ଧ୍ୟାରେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଭଦିମୂଳସ୍ଥିତ ମହାନଦୀ ବନ୍ଧରେ ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ସହଯୋଗୀକୁ ଧରିବା ପାଇଁ ପୁଲିସ ସେଠାରେ ଚଢ଼ଉ କରିଥିଲା। ଧରାପଡିବା ଭୟରେ ସେମାନେ ପୁଲିସ ଉପରକୁ ଗୁଳିଚାଳନା ଓ ବୋମାମାଡ଼ କରିଥିଲେ। ଅପରାଧୀଙ୍କ ନିକଟରୁ ବର୍ତ୍ତିବା ପାଇଁ ପୁଲିସ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲା। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି।

Leave A Reply