କଟକରେ ଦଶହରା: ମା’ ଗଡ଼ଚଣ୍ଡୀଙ୍କ ମହାକାଳୀ ବେଶ ଓ ମା’ କଟକ ଚଣ୍ଡୀଙ୍କ ମହାଲକ୍ଷ୍ମୀ ବେଶ

ଶାରଦୀୟ ଦୁର୍ଗାପୂଜାର ଷୋଡ଼ଶ ପୂଜା ଅଵସରରେ ଆଜି ମା’ ଗଡ଼ଚଣ୍ଡୀଙ୍କ ମହାକାଳୀ ବେଶ ଓ ମା’ କଟକ ଚଣ୍ଡୀଙ୍କ ମହାଲକ୍ଷ୍ମୀ ବେଶ ଅନୁଷ୍ଠିତ ହୋଇଛି। ଗଡ଼ଚଣ୍ଡୀଙ୍କୁ ଆଜି ସକାଳୁ ଏହି ଵେଶରେ ସଜା ଯାଇଥିଲା। କଟକ ଚଣ୍ଡୀ ଆଜି ଅପରାହ୍ନ ୪ଟା ଵେଳେ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଆଜି ଏହି ଦୁଇ ପୀଠରେ ଦେବୀଙ୍କ ନଵମୀ ପୂଜା ଅନୁଷ୍ଠିତ ହୋଇଥିଲା। ସେହିପରି ପୂଜା ମଣ୍ଡପରେ ଦେଵୀକ୍କ ଅଷ୍ଟମୀ ପୂଜାର୍ଚ୍ଚନା କରାଯାଇଛି।

Comments are closed.