କଟକ ୪ ହସ୍‌ପିଟାଲ୍‌ରେ କରୋନା ଆତଙ୍କ: ସବୁ ରୋଗୀଙ୍କ ହେବ କୋଭିଡ୍‌ ପରୀକ୍ଷା, ଗୁରୁତର ରୋଗୀଙ୍କୁ କରାଯିବ ଆଣ୍ଟିଜେନ୍‌ ଟେଷ୍ଟ

ଭୁବନେଶ୍ବର: କଟକ ସହରର ୪ ହସ୍‌ପିଟାଲ୍‌ରେ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସେଠାର ଆତଙ୍କ ଖେଳିଯାଇଛି। ଏହି ୪ଟି ହସ୍‌ପିଟାଲ୍‌ରେ କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ତେବେ ଏସବୁ ହସ୍‌ପିଟାଲ୍‌ର ସବୁ ରୋଗୀଙ୍କ କୋଭିଡ୍‌ ଟେଷ୍ଟ ପରେ ନୂଆ ରୋଗୀ ଆଡ୍‌ମିଶନ୍‌ କରାଯିବ ବୋଲି ସୂଚନା ଦିଆଯାଇଛି।
ସ୍ବାସ୍ଥ୍ୟ ବିଭଗ ବୈଷୟିକ ମୁଖପାତ୍ର ଜୟନ୍ତ ପଣ୍ଡା କହିଛନ୍ତି ଯେ କଟକ ଏସ୍‌ସିବି ମେଡ଼ିକାଲ୍‌ କଲେଜ ଏବଂ କ୍ୟାନ୍‌ସର ହସ୍‌ପିଟାଲ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏଥିନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କଟକର ୪ଟି ହସ୍‌ପିଟାଲ୍‌ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କଟକ ସଟ୍‌ଡାଉନ୍‌ବେଳେ ଜରୁରୀ ନ ଥିଲେ ହସ୍ପିଟାଲ୍‌ ଓପିଡି ନ ଆସିବାକୁ ପରାମର୍ଶ ଦିଆଯାଇଛି। ସଟ୍‌ଡାଉନ୍‌ବେଳେ ୪ହସ୍‌ପିଟାଲ୍‌କୁ ପର୍ଯ୍ୟାୟକ୍ରମେ ବିଶୋଧନ କରାଯିବ। ସବୁ ରୋଗୀଙ୍କର କୋଭିଡ୍‌ ଟେଷ୍ଟ ପରେ ନୂଆ ରୋଗୀ ଆଡ୍‌ମିଶନ୍ ହେବ। ମଙ୍ଗଳବାରଠାରୁ ଗୁରୁତର ରୋଗୀଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯିବ ବୋଲି ସ୍ବାସ୍ଥ୍ୟ ବିଭଗ ବୈଷୟିକ ମୁଖପାତ୍ର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି।

Comments are closed.