କଟକ ସହରରେ କାୟା ମେଲାଉଛି କରୋନା, ଆଜି ୭୪ ଚିହ୍ନଟ ସହ ୧୯୦ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

କଟକ : କଟକ ସହରରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ସମଗ୍ର ରାଜ୍ୟରୁ ୪୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକ ଜିଲାରୁ ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କଟକ ଜିଲାରୁ ଚିହ୍ନଟ ୯୪ ପଜିଟିଭ୍ ମଧ୍ୟରୁ କେବଳ କଟକ ସହରରୁ ୭୪ ଜଣ କରୋନା ଆକ୍ରାନ୍ତ ରହିଛନ୍ତି।

କଟକ ସହରରୁ ଆଜି ଚିହ୍ନଟ ହୋଇଥିବା ୭୪ ଜଣ କରୋନ ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ଜଣ ସରକାରୀ କ୍ୱାରେଣ୍ଟାଇନରୁ ଅନ୍ୟ ୨୮ ଜଣ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୪୬ ଜଣଙ୍କ ମଧ୍ୟରୁ ଆଚାର୍ୟ୍ୟ ହରିହର କର୍କଟ କେନ୍ଦ୍ରରୁୂ ଆଉ ଅଧିକ ୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଦ୍ଭୟ ପେସେଣ୍ଟ ଓ ଆଟଣ୍ଡାଣ୍ଟ ଆଇସୋଲେସନ୍ ୱାର୍ଡ଼ରେ ଥିଲେ । ଏଥିସହ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଆକ୍ରାନ୍ତ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଆକ୍ରାନ୍ତ ହେଉଛନ୍ତି କରୋନା ଯୋଦ୍ଧା । ଏଥିସହ ମାଳିସାହିରୁ ୫ ଜଣ ପୂର୍ବ କେସ୍ ସହିତ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ।


ସେହିପରି  ହୋମ୍ କ୍ୱାରେଣ୍ଟାଇନରୁ ମାଳିସାହିରୁ ସର୍ବାଧିକ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମାଣିକ ଘୋଷ ବଜାରରୁ ୧୧ ଜଣ , ସିଡିଏରୁ ୩ ଜଣ ,ବମ୍ଫକୁଦରୁ ଜଣେ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା କଟକ ସହରରେ ୧୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ସୁସ୍ଥ ହୋଇଛନ୍ତି । ୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ସହ ୧୬୬ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଅନ୍ୟପଟେ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବୃଦ୍ଧି ପାଉଥିବା କାରଣରୁ କଟକକୁ ଆସନ୍ତା ୮ ତାରିଖ ଯାଏଁ ସଟଡାଉନ ଘୋଷଣା କରିଛି କଟକ ମହାନଗର ନିଗମ। କଟକ ସହର ବାସୀ ଏହି ସଟଡାଉନ କଟକଣାକୁ ପାଳନ କରିବାକୁ କଟକ ମହାନଗର ନିଗମର କମିଶନର ଅନ୍ୟନ୍ୟା ଦାସ ଟ୍ବିଟ୍ ମାଧ୍ୟମରେ ନିବେଦନ କରିଛନ୍ତି। ଅନ୍ୟନ୍ୟା ଦାସ ଟ୍ବିଟ୍ କରି ଲେଖିଛନ୍ତି କଟକ ସହରପାଇଁ ଏହା ଏକ ପରୀକ୍ଷାର ସମୟ । ଏଣୁ କଟକବାସୀ ସଟଡାଉନ ନିୟମକୁ ପାଳନ କରନ୍ତୁ ।

Comments are closed.