ରାତି ୧୨ଟା ଯାଏ ଟ୍ୱିନ୍‍ ସିଟିରେ ଜମିବ ମେଲୋଡିର ମାହୋଲ,ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର: ପୂଜା ସମୟରେ ଟ୍ୱିନ୍‍ ସିଟି ବାସିନ୍ଦା ରାତି ୧୨ଟା ଯାଏଁ ନେଇ ପାରିବେ ମେଲୋଡିର ମଜା।ଏଥର ପୂଜାରେ ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ଯାଏଁ ଚାଲିବ ମେଲୋଡି। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ପୂଜା ପାଇଁ କମିସନରେଟ ପୁଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରିଦେଇଛି। ଉଭୟ କଟକ ଏବଂ ଭୁବନେଶ୍ୱରରେ ପୂଜା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ ପୁଲିସ।ଭୁବନେଶ୍ୱରରେ ୧୨୯ଟି ମେଢ ହୋଇଛି।ଏଥି ପାଇଁ କମିଶନରେଟ ପୁଲିସ ପକ୍ଷରୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେହିପରି କଟକରେ ୧୬୦ ଟି ମେଢ ହୋଇଛି ଏହାର ସୁରକ୍ଷା ପାଇଁ ୬୩ ପ୍ଳାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ପୂଜାକୁ ଦୃଷ୍ଟିରେ ରଖି ୨ ହଜାର ସ୍ପେଶାଲ ପୁଲିସ ଅଫିସର ମୁତୟନ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ।

Comments are closed.