କଟକ ବାଲିଯାତ୍ରା ପ୍ରସଙ୍ଗ ; ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବା ପାଇଁ ଓଡ଼ିଶା ସରକାରଙ୍କୁ ଜଣାଇବୁ : କେନ୍ଦ୍ରମନ୍ତ୍ରୀ

ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀରେ ଆଲୋଚନା ହେବ କଟକ ବାଲିଯାତ୍ରା ପ୍ରସଙ୍ଗ

ନୂଆଦିଲ୍ଲୀ : କଟକ ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ ମାନ୍ୟତା ଦେବା ପାଇଁ ଓଡ଼ିଶା ସରକାର ବିଦ୍ଧିବଦ୍ଧ ଭାବେ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବାକୁ କେନ୍ଦ୍ର ସରକାର ଅନୁରୋଧ କରିବେ ବୋଲି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ କହିଛନ୍ତି। ଆଜି ସ୍ଥାନୀୟ ପରିବହନ ଭବନ ସ୍ଥିତ କାର୍ଯ୍ୟାଳୟରେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ସହ ସାକ୍ଷାତ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ ଜଣାଇଥିଲେ ଯେ ଆଗାମୀ ମାସରେ ଜାମ୍ମୁ ଓ କାଶ୍ମୀରରେ ପ୍ରସ୍ତାବିତ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀରେ କଟକ ବାଲିଯାତ୍ରା ପ୍ରସଙ୍ଗ ଆଲୋଚନା କରାଯିବ। ଏଥିପାଇଁ ସମ୍ମିଳନୀ ଏଜେଣ୍ଡାରେ କଟକ ବାଲିଯାତ୍ରା ପ୍ରସଙ୍ଗକୁ ସାମିଲ କରାଯିବ। ନିଜେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଏହି ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କୋରାପୁଟ ସାଂସଦଙ୍କୁ କହିଥିଲେ। ଓଡ଼ିଶା ଗୌରବମୟ ଇତିହାସରସୃତି ଚାରଣ କରୁଥିବା କଟକ ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ ମାନ୍ୟତା ମିଳିଲେ ଭବିଷ୍ୟତରେ କିପରି ଆୟୋଜନ କରାଯିବ ସେବିଷୟରେ ରାଜ୍ୟ ସରକାରଙ୍କୁ ଡିପିଆର ପ୍ରସ୍ତୁତ କରିବାକୁ ପଡ଼ିବ।

ବିଶେଷ କରି ଡିପିଆରରେ ବାର୍ଷିକ ଖର୍ଚ୍ଚ, ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଏବଂ କେଉଁ ଦେଶରୁ ପର୍ଯ୍ୟଟକଙ୍କୁ ଟାର୍ଗେଟ କରାଯିବ ସେହିଦିଗ ଗୁଡ଼ିକୁ ବିଚାରକୁ ନେଇ ପ୍ରସ୍ତୁତ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ ପରାମର୍ଶ ଦେଇଛନ୍ତି। ସେଭଳି କଟକ ବାଲିଯାତ୍ରାକୁ ଆଗାମୀ ଦିନରେ କେବଳ ଏକ ଯାତ୍ରା ମଧ୍ୟରେ ସୀମିତ ରହି ଆୟୋଜନ କରାଯିବ ଅଥବା ଏକ କ୍ରୁଜ ସର୍କିଟ ସ୍ଥାପନ କରାଯାଇ ଆନ୍ତର୍ଜାତିକ ମହୋତ୍ସବର ରୂପରେଖ ଦିଆଯିବ ସେବିଷୟରେ ମଧ୍ୟ ଡିପିଆରରେ ଉଲ୍ଲେଖ ରହିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ କହିଛନ୍ତି। ଦକ୍ଷିଣ-ପୂର୍ବ ଏସିଆର ଜାଭା, ବାଲି, ସୁମାତ୍ରା ଓ ବୋଣ୍ଣିଓ ଆଦି ଅଞ୍ଚଳ ସହ ଯାତ୍ରୀବାହୀ ଜାହାଜ ଚଳାଚଳ ବିଷୟରେ ମଧ୍ୟ ରାଜ୍ୟ ସରକାରଙ୍କୁ ସ୍ପଷ୍ଟ କରିବାକୁ ପଡ଼ିବ। କ୍ରୁଜ ସର୍କିଟ ଅନୁମତି ବାବଦରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଟେଲ କହିଥିଲେ ଯେ ଏନଓସି ଦେବାରେ କେନ୍ଦ୍ର ସରକାରଙ୍କ କୌଣସି ଅସୁବିଧା ନାହିଁ। ଯଦି ଦକ୍ଷିଣ-ପୂର୍ବ ଏସିଆର କୌଣସି ରାଷ୍ଟ୍ର ସହ ସିଧାସଳଖ ଯାତ୍ରୀବାହୀ ପର୍ଯ୍ୟଟନ ଜାହଜ ଚଳାଚଳ ପାଇଁ ଓଡ଼ିଶା ସରକାର ପ୍ରସ୍ତାବ ଦିଅନ୍ତି ସେଥିପାଇଁ ଆନ୍ତର୍ଜାତିକ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପଡ଼ିବ ବୋଲି କୋରାପୁଟ ସାଂସଦ ଶ୍ରୀ ଉଲାକାଙ୍କୁ କହିଥିଲେ। ପ୍ରକାଶ ଯେ ଓଡ଼ିଆ ସାଧବ ପୁଅର ଗୌରବମୟ ଗାଥାକୁ ମନେପକାଇ ହଜାର ବର୍ଷର ସହର କଟକରେ ପ୍ରତିବର୍ଷ ଆୟୋଜିତ ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ ମାନ୍ୟତା ଦେବାକୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ କୋରାପୁଟର ସୃତି ଚାରଣ କରୁଥିବା କଟକ ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ ମାନ୍ୟତା ମିଳିଲେ ଭବିଷ୍ୟତରେ କିପରି ଆୟୋଜନ କରାଯିବ ସେବିଷୟରେ ରାଜ୍ୟ ସରକାରଙ୍କୁ ଡିପିଆର ପ୍ରସ୍ତୁତ କରିବାକୁ ପଡ଼ିବ। ବିଶେଷ କରି ଡିପିଆରରେ ବାର୍ଷିକ ଖର୍ଚ୍ଚ, ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଏବଂ କେଉଁ ଦେଶରୁ ପର୍ଯ୍ୟଟକଙ୍କୁ ଟାର୍ଗେଟ କରାଯିବ ସେହିଦିଗ ଗୁଡ଼ିକୁ ବିଚାରକୁ ନେଇ ପ୍ରସ୍ତୁତ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ ପରାମର୍ଶ ଦେଇଛନ୍ତି। ସେଭଳି କଟକ ବାଲିଯାତ୍ରାକୁ ଆଗାମୀ ଦିନରେ କେବଳ ଏକ ଯାତ୍ରା ମଧ୍ୟରେ ସୀମିତ ରହି ଆୟୋଜନ କରାଯିବ ଅଥବା ଏକ କ୍ରୁଜ ସର୍କିଟ ସ୍ଥାପନ କରାଯାଇ ଆନ୍ତର୍ଜାତିକ ମହୋତ୍ସବର ରୂପରେଖ ଦିଆଯିବ ସେବିଷୟରେ ମଧ୍ୟ ଡିପିଆରରେ ଉଲ୍ଲେଖ ରହିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ କହିଛନ୍ତି। ଦକ୍ଷିଣ-ପୂର୍ବ ଏସିଆର ଜାଭା, ବାଲି, ସୁମାତ୍ରା ଓ ବୋଣ୍ଣିଓ ଆଦି ଅଞ୍ଚଳ ସହ ଯାତ୍ରୀବାହୀ ଜାହାଜ ଚଳାଚଳ ବିଷୟରେ ମଧ୍ୟ ରାଜ୍ୟ ସରକାରଙ୍କୁ ସ୍ପଷ୍ଟ କରିବାକୁ ପଡ଼ିବ। କ୍ରୁଜ ସର୍କିଟ ଅନୁମତି ବାବଦରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଟେଲ କହିଥିଲେ ଯେ ଏନଓସି ଦେବାରେ କେନ୍ଦ୍ର ସରକାରଙ୍କ କୌଣସି ଅସୁବିଧା ନାହିଁ। ଯଦି ଦକ୍ଷିଣ-ପୂର୍ବ ଏସିଆର କୌଣସି ରାଷ୍ଟ୍ର ସହ ସିଧାସଳଖ ଯାତ୍ରୀବାହୀ ପର୍ଯ୍ୟଟନ ଜାହଜ ଚଳାଚଳ ପାଇଁ ଓଡ଼ିଶା ସରକାର ପ୍ରସ୍ତାବ ଦିଅନ୍ତି ସେଥିପାଇଁ ଆନ୍ତର୍ଜାତିକ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପଡ଼ିବ ବୋଲି କୋରାପୁଟ ସାଂସଦ ଶ୍ରୀ ଉଲାକାଙ୍କୁ କହିଥିଲେ। ପ୍ରକାଶ ଯେ ଓଡ଼ିଆ ସାଧବ ପୁଅର ଗୌରବମୟ ଗାଥାକୁ ମନେପକାଇ ହଜାର ବର୍ଷର ସହର କଟକରେ ପ୍ରତିବର୍ଷ ଆୟୋଜିତ ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ ମାନ୍ୟତା ଦେବାକୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଭେଟି ଦାବୀ କରିଥିଲେ।

Comments are closed.