କଟକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି : ମୁଖ୍ୟ ଆକର୍ଷଣ ‘ମୋ କଟକ ବାଲିଯାତ୍ରା ରିକ୍ସା’

କଟକ : କଟକରେ ଐତିହାସିକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।  ଆସନ୍ତା ମାସ ୧୨ ତାରିଖରୁ ଏହି ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ। ଏଥିପାଇଁ ଗତ ତିନିଦିନ ଧରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କୁ ପ୍ଲଟ୍‍ ଆବଣ୍ଟନ କରାଯାଉଛି। ରବିବାର ମଧ୍ୟାହ୍ନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ପ୍ଲଟ୍‍ ଆବଣ୍ଟନ ବାବଦରେ ପ୍ରାୟ ୨୧ଲକ୍ଷ ଟଙ୍କା ଆଦାୟ କରାଯାଇଛି। ସେହିପରି ବାଲିଯାତ୍ରାକୁ ମାନ୍ୟତା ଦାବି ନେଇ କଟକର ପ୍ରଗତିଶୀଳ ନାଗରିକ କମିଟି ପକ୍ଷରୁ ଦାବି କରାଯାଇଛି। କମିଟିର ସଭାପତି ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।
ଏଥର ବାଲିଯାତ୍ରା ବେଳେ କଟକର ରିକ୍ସାଚାଳକମାନଙ୍କ ସେବାକୁ ବ୍ୟବହାର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏମାନେ କଟକର ଯେକୌଣସି ସ୍ଥାନରୁ ଲୋକଙ୍କୁ ବାଲିଯାତ୍ରା ପଡିଆକୁ ଆଣିବେ। ଏସବୁ ରିକ୍ସାକୁ ଏଥର ମୋ କଟକ ବାଲିଯାତ୍ରା ରିକ୍ସା ଭାବେ ନାମିତ କରାଯାଇଛି।

Comments are closed.