ମହାନଦୀ ସେତୁ ଉପରେ ଦୁର୍ଘଟଣା: ଟ୍ରକଧକ୍କାରେ ପିକଅପ୍‍ ଓଲଟିଲା,ଚାଳକ ଆହତ

ଜଗତପୁର :ମହାନଦୀ ସେତୁ ଉପରେ ମଙ୍ଗଳବାର ରାତ୍ରି ୯ଟାରେ ଠିଆ ହୋଇଥିବା ଏକ ପିକ୍ଅପ ଗାଡିକୁ ଟ୍ରକ ଧକ୍କା ଦେବା ଫଳରେ ପିକଅପ୍‍ ଓଲଟି ପଡିବା ସହ ଗାଡି ଡ୍ରାଇଭର ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶଯେ,ମାଲଗୋଦାମରୁ ଏକ ପିକଅପ୍‍ ଗାଡି ରାସନ ସାମଗ୍ରୀ ଧରୀ ଆନନ୍ଦପୁର-ଘସିପୁରା ଅଭିମୁଖେ ଯାଉଥିଲାବେଳେ ମହାନଦୀ ସେତୁ ଉପରେ ଗାଡିଟି ପମ୍ପଚର ଯୋଗୁ ଠିଆ ହୋଇରହିଥିଲା। ଏହି ସମୟରେ କଟକରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ୧୦ ଚକିଆ ଟ୍ରକ ପିକଅପ୍‍ ଗାଡି ପଛ ପଟୁ ଧକ୍କା ଦେବା ଫଳରେ ତାହା ସେତୁ ଉପରେ ଓଲଟି ପଡିଥିଲା। ଘଟଣାସ୍ଥଳରେ ଥିବା ପିକଅପ୍‍ ଡ୍ରାଇଭର ଆହତ ହୋଇଥିଲେ। ଖବରପାଇ ଜଗତପୁର ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଆହତ ଡ୍ରାଇଭରକୁ କଟକ ବଡ ମେଡିକାଲ ଚିକିତ୍ସା ପାଇଁ ପଠାଇଥିଲେ। କିଛି ସମୟ ପାଇଁ ସେତୁ ଉପରେ ଟ୍ରାଫିକ ସମସ୍ୟା ଦେଖାଦେଇଥିବା ବେଳେ କ୍ରେନ୍ ଯୋଗେ ପିକଅପ୍‍ ଗାଡିକୁ ସେତୁ ଉପରୁ ଉଠାଇବା ପରେ ଟ୍ରାଫିକ ସମସ୍ୟା ହଟିଥିଲା। ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ ପୁଲିସ ଥାନାକୁ ଆଣିଥିବାବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି।

Comments are closed.