ତ୍ରିଶୁଳିଆ ନେତାଜୀ ସେତୁ ଉପରେ ସଡକ ଦୁର୍ଘଟଣା ; ଚାଳକ ଗୁରୁତର

କଟକ : କଟକ ତ୍ରିଶୁଳିଆ ନେତାଜୀ ସେତୁ ଉପରେ ଏକ ସଡକ ଦୁର୍ଘଟଣା ଘଟିଥିବା ଗୁରୁବାର ଜଣାପଡିଛି। ଦୁର୍ଘଟଣାରେ ଏକ କାର ଓ ଡ଼ମ୍ଫର ମୁହାଁମୁହିଁ ଧକ୍କା ହେବା ଫଳରେ କାର ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ସେତୁ ଉପରେ କଟକରୁ ଭୁବନେଶ୍ୱର ଯାଉଥିବା ଉକ୍ତ ଡମ୍ଫର ସହ ବାରଙ୍ଗରୁ କଟକ ଆସୁଥିବା ଏହି କାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାର ଚାଳକ ବହୁ ସମୟ ଚାପି ହୋଇ ରହିଥିଲେ। କାରର ବହୁ ଅଂଶ ଡମ୍ଫର ଭିତରକୁ ପଶିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ ପୁଲିସ ପହଞ୍ଚି ଡମ୍ଫର ଭିତରେ ଥିବା କାର ଭିତରେ ଅଂଶକୁ କାଟି ଗୁରୁତର ଚାଳକଙ୍କୁ ଉଦ୍ଧାର କରିଥିଲେ।

Comments are closed.