ଅଭିଷେକଙ୍କ ଭାଗ୍ୟ

0

ଏଥରକ ଅଭିଷେକ ବଚ୍ଚନଙ୍କ ଭାଗ୍ୟ ଉଦୟ ହେବ ବୋଲି ସମୀକ୍ଷକଙ୍କ ଆଶା। କାରଣ ଅନୁରାଗ କଶ୍ୟପଙ୍କ ଭଳି ନିର୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ସେ। ଏକଥା ବଲିଉଡରେ ସମସ୍ତେ ଜାଣନ୍ତି ଯେ ଅନୁରାଗ କାହାର ପ୍ରସ୍ତାବକୁ ଆଦୌ ଗ୍ରହଣ କରନ୍ତି ନାହିଁ। ଅଭିଷେକ ନିଜ ଦକ୍ଷତାରେ ହିଁ ‘ମନମର୍ଜିୟାଁ’ ଚଳଚ୍ଚିତ୍ରରେ ସୁଯୋଗ ପାଇଥିବାର ଅନ୍ୟମାନେ କହୁଛନ୍ତି। ଇତିମଧ୍ୟରେ ଚଳଚ୍ଚିତ୍ରର ଟ୍ରେଲର ମୁକ୍ତିଲାଭ ହୋଇସାରିଛି। ମୁଖ୍ୟ ଭୂମିକାରେ ଅଭିଷେକ ବଚ୍ଚନ, ବିକି କୌଶଲ ଓ ତାପସୀ ପନ୍ନୁ ଦେଖାଦେବେ। ୨ବର୍ଷ ପରେ ଦର୍ଶକଙ୍କୁ ସମ୍ମୁଖକୁ ଆସୁଛନ୍ତି ଜୁନିୟର ବଚ୍ଚନ। ଚଳଚ୍ଚିତ୍ରର ସୁଟିଂ କାଶ୍ମୀର ଓ ପଞ୍ଜାବରେ ହୋଇଛି।
କାଶ୍ମୀରରେ ଚଳଚ୍ଚିତ୍ରର ସୁଟିଂ ସମୟରେ ଜୟା ବଚ୍ଚନ ପୁଅ ପାଇଁ କିଭଳି ବ୍ୟସ୍ତବିବ୍ରତ ହେଉଥିଲେ, ତାହା ପୂରା ଗଣମାଧ୍ୟମ ଅବଗତ। ଅନୁରାଗ ଏକ ସାକ୍ଷାତକାରରେ କହିଥିଲେ ବିକି ତାଙ୍କର ପ୍ରିୟ କଳାକାର। ତାଙ୍କ ନିର୍ଦେଶିତ ପ୍ରତ୍ୟେକ ଚଳଚ୍ଚିତ୍ରରେ ବିକିଙ୍କୁ ଛୋଟ ଭୂମିକାରେ ହେଉ ପଛେ ଦେଖିବାକୁ ମିଳେ। ଅଭିଷେକଙ୍କ ବାବଦରେ ଅନୁରାଗ କହିଛନ୍ତି, ଅଭିନୟ ତାଙ୍କ ରକ୍ତରେ ପ୍ରବାହିତ। ଏଣୁ ସେ ଅଧିକ ବା କ’ଣ କହିବେ? ଏଇ ଚଳଚ୍ଚିତ୍ର ପରେ ଅନୁରାଗ ମଧ୍ୟ ଅଭିଷେକଙ୍କର ଜଣେ ବଡ଼ ପ୍ରଶଂସକ ହୋଇଥିବାର କହିଛନ୍ତି।

Leave A Reply