୫-ଟି ନିୟମକୁ ଫୁ କରି ଦୁର୍ନିତି ଅଭିଯୋଗରେ ନିଲମ୍ବିତ ସରପଞ୍ଚଙ୍କୁ ପୁନିଃନିଯୁକ୍ତି

ଲୋକାୟୁକ୍ତଙ୍କଠାରେ ବିଚାରଧାନ ରହିଛି ମାମଲା

ନିଆଳି : କଟକ ଜିଲ୍ଲା ନିଆଳି ବ୍ଲକ୍‍ର ଅଁଳୋ ଗ୍ରାମ ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ବ୍ୟାପକ ଦୁର୍ନିତୀ ଅଭିଯୋଗରେ ନିଲମ୍ବିତ ହୋଇଥିବା ସରପଞ୍ଚଙ୍କୁ ପୁଣିଥରେ ପୁନଃ ନିଯୁକ୍ତି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଅଭିଯୋଗ ଲୋକାୟୁକ୍ତଙ୍କଠାରେ ବିଚାରଧୀନ ଥିବା ସମୟରେ କିପରି ସରପଞ୍ଚଙ୍କ ପୁନଃ ନିଯୁକ୍ତି କରାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ବ୍ଲକ୍‍ର ଅଁଳୋ ଗ୍ରାମ ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ବ୍ୟାପକ ଦୁର୍ନିତୀ ଅଭିଯୋଗ ହୋଇଥିଲା ।  ଏହି ମହାଦୁର୍ନିତୀର ଅଭିଯୋଗ ଆସିବା ପରେ ମାନ୍ୟବର ଲୋକାୟୁକ୍ତ ମାମଲାର ଶୁଣାଣି କରି ତା ୩୧.୧୨.୨୦୧୯ ରିଖରେ ଓଡିଶା ଗ୍ରା.ପ ଆଇନ ୧୯୬୪ ଧାରା ୧୧୫ ଅନୁଯାୟୀ ସରପଞ୍ଚ ଶ୍ରୀମତୀ ସ୍ନିଗ୍‍ଧା ମହାନ୍ତିଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଓ ତିନି ମାସ ଭିତରେ ଏହାର ତଦନ୍ତ ସାରି କୋର୍ଟଙ୍କୁ ଜଣାଇବାକୁ କହିଥିଲେ। ତଦନୁଯାୟୀ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ନିର୍ଦ୍ଦେଶ ସଂଖ୍ୟା ୨୦୮୩ ତା୨୭.୦୧.୨୦୨୦ରିଖରେ ସରପଞ୍ଚଙ୍କୁ ପଦବୀରୁ ନିଲମ୍ବନ କରିଥିଲେ।

କିନ୍ତୁ ସଂପୃକ୍ତ ମାମଲାର ଶୁଣାଣି ଲୋକାୟୁକ୍ତ ଚଳିତ ମାସ ୧୮ ତାରିଖରେ ଧାର୍ଯ୍ୟ କରିଥିବା ବେଳେ କେଉଁ ପରିସ୍ଥିତିରେ ପଞ୍ଚାୟତରାଜ ବିଭାଗ ସଂପୃକ୍ତ ସରପଞ୍ଚ ଶ୍ରୀମତୀ ସ୍ନିଗ୍‍ଧା ମହାନ୍ତଙ୍କୁ ନିର୍ଦ୍ଦେଶ ସଂଖ୍ୟା ୮୮୮୩ ତା୨୯.୦୫.୨୦୨୦ରିଖରେ ପୁନଃନିଯୁକ୍ତି କଲେ। ଏଥିପାଇଁ ଆବେଦନକାରୀ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଲୋକାୟୁକ୍ତଙ୍କ ନିକଟରେ ସରପଞ୍ଚ ନିଯୁକ୍ତିର ବୈଧତା ଉପରେ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ଦେଖିଲେ ଜଣାପଡୁଛି ପଞ୍ଚାୟତରାଜ ବିଭଗ କେତେ ସ୍ୱଚ୍ଛ ଓ ପାରଦର୍ଶି, ଏହାଛଡା ୫-ଟିର କାର୍ଯ୍ୟକାରୀତା ଉପରେ ବି ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଏଠାରେ ସୂଚନାଯୋଗ୍ୟ ଯେ ଗ୍ରାମ ପଚଂୟତର ଜନସାଧାରଣ ତା୧୬.୦୮.୨୦୧୯ରିଖରେ ଚାରୋଟି ଦୁର୍ନିତୀର ତଦନ୍ତ ପାଇଁ
କଟକ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ତା୨୬.୦୮.୨୦୧୯ରିଖରେ
ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟର ତଦନ୍ତ କରିଥିଲେ। ତଦନ୍ତମୁତାବକ ୨୯.୦୪.୨୦୧୭ ରୁ ୦୭.୦୯.୨୦୧୯ ପର୍ଯ୍ୟନ୍ତ କାଳିଆଘାଇ
ହାଟ ନିଲାମ ଅର୍ଥ ୧ଲକ୍ଷ ୭୫ ହଜାର ୩୬୩ ଟଙ୍କା ସରପଞ୍ଚ ନିଜ ପାଖରେ ରଖିଥିଲେ। ଯାହା ଓଡିଶା ଗ୍ରାମ ପଞ୍ଚାୟତ ଆଇନ ୨୦୧୪
ରୁଲ ୭୩କୁ ଉଲ୍ଲଂଘନ କରୁଅଛି। କେବଳ ସେତିକି ନୁହେଁ ଏହାଛଡା ମଧ୍ୟ ସରପଞ୍ଚ ବେଆଇନ ଭାବେ ଅଗ୍ରୀମ ଟଙ୍କା ଉଠାଇଥିଲେ। ଏହାବି
୨୦୧୪ ଆଇନକୁ ଉଲ୍ଲଂଘନ କରୁଛି। ପଞ୍ଚାୟତ ଦୋକାନଘର ଭଡା ମୋଟ ୫୬ ହଜାର ୪୦୦ଟଙ୍କା ଥିଲା ବେଳେ କେବଳ ସରପଞ୍ଚଙ୍କ
ସ୍ୱାମୀଙ୍କ ଉପରେ ୧୩ହଜାର ୫୦୦ଟଙ୍କା ବାକି ରହିଥିଲା। ଏହାଛଡା ରାଜ୍ୟ ଅର୍ଥ କମିଶନ ଓ କେନ୍ଦ୍ର ଅର୍ଥ କମିଶନ ଅନୁଦାନରେ କାର୍ଯ୍ୟକାରୀ
ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ହେଲା:- ଗ୍ରାମ ପଞ୍ଚାୟତ ଉନ୍ନତିକରଣ ଓ ପାଇଖାନା ନିର୍ମାଣ ୨ଲକ୍ଷ ଟଙ୍କା, ଗ୍ରାମ ପଞ୍ଚାୟତ ଉପର ମହଲା
ଉନ୍ନତିକରଣ ୫ଲକ୍ଷ ଓ ଗ୍ରାମ ପଞ୍ଚାୟତ ପାଇଖାନା ନିର୍ମାଣ ପାଇଁ ୧ଲକ୍ଷ ପାଇଁ ବ୍ୟୟବରାଦ ହୋଇଥିଲା। ଯାହାକି ଗ୍ରାମ ପଞ୍ଚାୟତ ନିର୍ବାହୀ
ଅଧିକାରୀଙ୍କ ନାମରେ ବିଭାଗୀୟ କାର୍ଯ୍ୟାଧିଦେଶରେ କାମ ହୋଇଥିଲା। ଉପଖଣ୍ଡ ପଞ୍ଚାୟତ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ମୁତାବକ ସମସ୍ତ
ନିର୍ମାଣ କାର୍ଯ୍ୟର ଅନୁଶୀଳନ କଲାପରେ ଜଣାଗଲା ଯେ ଯାହା କାର୍ଯ୍ୟ କରାଯାଇଛି ତାହା ଠାରୁ ଅଧିକ ବିଲ୍‍ ଉଠାଯାଇଛି। ଏହାଛଡା ସେ
ଏହାକୁ ବ୍ଲକ୍‍ ବାହାର ଅନ୍ୟ ବୈଷୟିକ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବାକୁ ସୁପାରିଶ କରିଥିଲେ। ଆହୁରି ମଧ୍ୟ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ
କାମ ପାଇଁ ଆସିଥିବା ତତୁର୍ଦ୍ଦଶ ଅନୁଦାନ ଅର୍ଥ ୮୯,୬୯,୮୨୨ ଲକ୍ଷ ଟଙ୍କା ଓ ଚତୁର୍ଥ ରାଜ୍ୟ ଅର୍ଥ କମିଶନ ୨୦,୮୩,୯୩୮ଲକ୍ଷ ଟଙ୍କା ଖର୍ଚ୍ଚ
ନହୋଇ ପଡିରହିଛି। ଯାହାକି ସରପଞ୍ଚଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅଧିକାରୀଙ୍କ ସୁପାରିଶ ଆଜିକୁ ୮ମାସ ବିତିଯାଇଥିଲେ ମଧ୍ୟ ଜିଲା୍ଲ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ  ନିଆଯାଇନି। ଏହାଛଡା ଜନସାଧାରଣ ଅଭିଯୋଗ ମୁତାବକ ଏହି ନିର୍ମାର୍ଣ କାମରେ ବ୍ୟବହୃତ ହୋଇଥିବା ଫର୍ଜି ବିଲ୍‍ ଓ ଭାଉଚର ଗୁଡିକ
ଯେଉଁଥିରେ ଜିଏସ୍‍ଟି ନମ୍ବର ନାହିଁ, ବିଲ୍‍ ନମ୍ବର ଓ ତାରିଖ ନାହିଁ। ବିଲ୍‍ରେ ଉଲ୍ଲେଖ ଥିବା ଦୋକାନ ଘର ବି ସେହି ଅଞ୍ଚଳରେ ନାହିଁ। ବିନା
ଜିଏସ୍‍ଟିରେ କିଣାଯାଇଥିବାରୁ ସରକାରଙ୍କ ରାଜସ୍ୱ ମଧ୍ୟ ହାନୀ ହୋଇଛି। ତାହା ସହିତ ପଞ୍ଚାୟତ କାର୍ଯ୍ୟାଳୟ ଉନ୍ନତି କରଣ ଓ ପାଇଖାନା
ନିର୍ମାଣ ପାଇଁ ୨ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲେ ମଧ୍ୟ ତାହା ନକରି କାର୍ଯ୍ୟାଳୟ ପରିସରରେ ଏକ ସଚଳ ନଳକୂପ ଥିଲେ ମଧ୍ୟ ଆଉ
ଏକ ନଳ କୂପ କମ୍‍ ଗଭୀର କରି ଅର୍ଥକୁ ଆତ୍ମସାତ କରାଯାଇଛି। ଏହାଛଡା ୧ ଲକ୍ଷ ଟଙ୍କା ବ୍ୟୟ ବାବଦ ଥିଲେ ମଧ୍ୟ ପାଇଖାନା ନାମକୁ ମାତ୍ର
କାମ କରି ଅର୍ଥକୁ ହରିଲୁଟ୍‍ କରାଯାଇଛି। ସମସ୍ତ ବାବଦରେ ମୋଟ୍‍ ୮ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଥିଲା। ସମସ୍ତ କାମ ପଞ୍ଚାୟତ
କାର୍ଯ୍ୟନିର୍ବାହୀଙ୍କ ନାମରେ କାର୍ଯ୍ୟାଦେଶ (ୱାର୍କ ଅର୍ଡର) ରହିଥିଲା, ତେଣୁ ଅର୍ଥ ନିଆଳି ଶାଖାରେ ଥିବା ଇଣ୍ଡଅି।ନ୍‍ ବ୍ୟାଙ୍କ୍‍କୁ ପ୍ରେରଣ କରାଯାଇଥିଲା,
ହେଲେ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭିନ୍ନ ତାରିଖରେ ସେଥିରୁ ୫ଲକ୍ଷ ୨୦ ହଜାର ୫ ଶହ ଟଙ୍କାକୁ ସରପଞ୍ଚ ଶ୍ରୀମତୀ ସ୍ନିଗ୍‍ଧା ମହାନ୍ତିଙ୍କ ସ୍ୱାମୀଙ୍କ
ଆକାଉଂଟକୁ ଟ୍ରାନ୍ସଫର କରିଥିଲେ। ଏସମସ୍ତ ଗୁରୁତର ଅଭିଯୋଗକୁ ବିଚାରକୁ ନିଆଯାଇନି ବା ତଦନ୍ତ କରାଯାଇନି।

Comments are closed.