କଟକ ଶାଖା କ୍ରୀଡା ଭାରତୀର ବାର୍ଷିକ ଅଧିବେଶନ ଅନୁଷ୍ଠିତ

କଟକ : କଟକ ଚାନ୍ଦିନୀ ଚୌକ ସ୍ଥିତ ବାରବାଟୀ କୁସ୍ତି କ୍ଲବ (ଚାନ୍ଦିନୀ ଚୌକ ପୂଜା କମିଟି) କାର୍ଯ୍ୟାଳୟରେ କଟକ ଶାଖା କ୍ରୀଡା ଭାରତୀ ବାର୍ଷିକ ଅଧିବେଶନ ବୈଠକରେ ରାଜ୍ୟ ଉପ ସଭାପତି ଡଃ ଅଶୋକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲ୍ଲା ସଭାପତି ବନମାଳୀ ବିଶୋଇ, ଉପସଭାପତି ଏସ କେ ସିହ୍ନ।, ପ୍ରତାପ ସିଂ, ସମ୍ପାଦକ ତୁଷାର କାନ୍ତି ସିଂ, କୋଷାଧ୍ୟକ୍ଷ ଅଞ୍ଜଳି ଦାସଙ୍କ ସମେତ ୩୦ ଜଣ ପୁରାତନ ଏବଂ ନୂତନ ସଭ୍ୟ ଉପସ୍ଥିତ ଥିଲେ। ଡଃ ନାୟକଙ୍କ କ୍ରୀଡା ଭାରତୀର କାର୍ଯ୍ୟକ୍ରମ ବିଷୟରେ ଵିସ୍ତୃତ ଆଲୋଚନା କରିବାସହିତ ଏହାର ସମ୍ପ୍ରସାରଣ କରିବା ସହ ଆଗାମୀ ବାର୍ଷିକ କାର୍ଯ୍ୟକ୍ରମ ଗୁଡ଼ିକ ଆଲୋଚିତ ହୋଇ ସର୍ବ ସମ୍ମତି କ୍ରମେ ନିର୍ଦ୍ଧାରିତ ସମୟ ସୂଚୀ ଅନୁସାରେ ଅନୁଷ୍ଠିତ କରାଇବା ପାଇଁ ମତ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇ କିଛି ସାମାଜିକ କାର୍ଯ୍ୟକ୍ରମ ତଥା ,ବୃକ୍ଷ ରୋପଣ, ସ୍ୱଚ୍ଛତା ଅଭିଯାନ, ବସ୍ତି ବାସିନ୍ଦା ମାନଙ୍କୁ ପୋଷାକ ବିତରଣ, ରକ୍ତ ଦାନ ଶିବିର ତଥା ବିଭିନ୍ନ ପ୍ରାରମ୍ଭିକ ପୂରାତନ କ୍ରୀଡାକୁ ନିୟମିତ ଅଭ୍ୟାସ କରିବାର ପ୍ରୟାସ ନେଇ ତାର ସମସ୍ତ ଉଦ୍ୟମ, ଚେଷ୍ଟା ଏବଂ ସଭ୍ୟ ମାନଙ୍କର ଅଂଶ ଗ୍ରହଣକୁ ନେଇ ପ୍ରାଧାନ୍ୟ ଦିଆଯାଇଥିଲା।

Comments are closed.