ପ୍ରତାପ ନଗରୀରୁ ୯ ଫୁଟ ଲମ୍ବର ଅଜଗର ଉଦ୍ଧାର

କଟକ : କଟକ ସହର ଉପକଣ୍ଠ ପ୍ରତାପ ନଗରୀ ସ୍ଥିତ ୱ।ଲମି କଲୋନୀ ପରିସରରୁ  ଶନିବାର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଏହାର ଲମ୍ବ ୯ ଫୁଟ ଓ  ଓଜନ ୩୫ କିଲୋଗ୍ରାମ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ୱ।ଲମି କଲୋନୀ ପରିସରରେ ସାପଟିକୁ ଦେଖି ସ୍ଥାନୀୟ ଲୋକେ ପିପୂଲ ଫର୍ ଆନୀମଲ୍ କଟକ ସଙ୍ଗଠନକୁ ଯୋଗାଯୋଗ କରିଥିଲେ। ଏହି ସଙ୍ଗଠନର ସଦସ୍ୟ ଶୁଭେନ୍ଦୁ ସ୍ୱାଇଁ ଏବଂ ତିଲକ କର ଘଟଣାସ୍ଥଳରେ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରିଥିଲେ।  ପରେ ଏହାକୁ ନେଇ ଫୁଲନଖରା ଫରେଷ୍ଟ ରେଞ୍ଜ ଅଧିକାରୀ ମାନଙ୍କ ସହାୟତାରେ ଡମ ଡମଣି ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି।

Comments are closed.