‘ତ୍ରିଧାରା’ ପକ୍ଷରୁ ଯୁବ ଦିବସ ଓ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ପାଳିତ

କଟକ : ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ତ୍ରିଧାରା’ ପକ୍ଷରୁ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ, ଜାତୀୟ ଯୁବ ଦିବସ ଓ ସଡ଼କ ସୁରକ୍ଷା ସପ୍ତାହର ଦ୍ବିତୀୟ ଦିବସରେ ଏକ ଆଲୋଚନା ଚକ୍ର ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ତାପସ କୁମାର ମହାନ୍ତି ବିବେକାନନ୍ଦଙ୍କ ସମ୍ପର୍କରେ ଆଲୋଚନା କରିବା ସହିତ ଯୁବପିଢ଼ି ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ସଡ଼କ ସୁରକ୍ଷା ସମ୍ପର୍କକେ ଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ ସମସ୍ତେ ସଚେତନ ହେଲେ ସଡ଼କ ସୁରକ୍ଷା ସମ୍ଭବ ହେବ ବେଲି କହିଥିଲେ।

ଅନ୍ୟତମ ଅତିଥି ଡକ୍ଟର ସମୀର ସ୍ବାଇଁ ବିବେକାନନ୍ଦଙ୍କର ଚରିତ୍ର, ଧୀ’ ଶକ୍ତି ତଥା ନିଜ ଗୁରୁଙ୍କ ପ୍ରତି ଥିବା ଅନୁରକ୍ତି ସମ୍ପର୍କରେ ଆଲୋଚନା କରିବା ସହ ବିବେକାନନ୍ଦଙ୍କ ଆଦର୍ଶ ସମସ୍ତଙ୍କର ଧ୍ୟେୟ ହେଉ ବୋଲି କହିଥିଲେ। ସଡ଼କ ସୁରକ୍ଷା ପାଇଁ ସମସ୍ତଙ୍କର ସହଯୋଗ ସେ ଆଶା କରିଥିଲେ।

ଏଥିରେ ଅଧ୍ୟକ୍ଷତା କରି ଅନୁଷ୍ଠାନର ସମ୍ପାଦକ ରଞ୍ଜନ କୁମାର ମହାପାତ୍ର, ବିବେକାନନ୍ଦଙ୍କର ଚିକାଗୋ ଧର୍ମସଭାରେ ଭାଷଣର ଆଲୋଚନା କରିବା ସହ ଦୀର୍ଘ ୩୦ ବର୍ଷ ଧରି ତ୍ରିଧାର ଆୟୋଜନ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ନୂତନ ପରିବହନ ସମ୍ପର୍କରେ ସେ ଆଲୋଚନା କରିବା ସହ ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ବାରୋପ କରିଥିଲେ।

Comments are closed.