ଖ୍ରୀଷ୍ଟ ମହାବିଦ୍ୟାଳୟର ବାର୍ଷିକ ପ୍ରତିଯୋଗିତା

କଟକ : ଖ୍ରୀଷ୍ଟ କଲେଜର ନାଟ୍ୟସଂସଦ ତରଫରୁ ନୃତ୍ୟ, ଗୀତ, ବଦ୍ୟ ଓ ଅଭିନୟ ବାର୍ଷିକ ପ୍ରତିଯୋଗିତା କଲେଜର କଳାପୀଠ ମାଳାଞ୍ଚଳରେ ବେଶ ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ.ସିଦ୍ଧାର୍ଥ କୁମାର ସାହୁ ଆନୁଷ୍ଠାନିକ ଭାବେ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଉଦଘାଟନ କରି ଓଡ଼ିଶାର କଳାକ୍ଷେତ୍ରକୁ ମାଳଞ୍ଚଳର ଅବଦାନ ଅତୁଳନୀୟ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସଙ୍ଗୀତରେ କଣ୍ଠଶିଳ୍ପୀ ସଂଗ୍ରାମ ମହାନ୍ତି ଓ ସସ୍ଣିତା ବିଶ୍ବାଳ, ନୃତ୍ୟରେ ବି. ଗୋବିନ୍ଦ ଓ ରଞ୍ଜିତ ଗୋଚ୍ଛାୟତ ତଥା ଏକକ ଅଭିନୟରେ ଡ.ଦୈତ୍ୟାରି ଶୁକ୍ଳ ଓ ସ୍ବାତୀ ଦାଶ ବିଚାରକ ଭାବେ ଯୋଗଦାନ କରି ଛାତ୍ରଛାତ୍ରୀ ପ୍ରତିଭାର ମୂଲ୍ୟାୟନ କରିଥିଲେ। ଡ. ସାରଦା କର ସ୍ବାଗତ ଭାଷଣ ଦେଇଥିବାବେଳେ ଆଦ୍ୟାଶା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଧନ୍ୟବାଦ ଅର୍ପଣ ସୁନନ୍ଦ ଦାଶ କରିଥିଲେ।  ପରିଚାଳନା ସମିତି ସଭାପତି ଅନୁପମ ପାତ୍ରଙ୍କ ସହିତ ଉପାଧ୍ୟକ୍ଷ ଡ.ଦେବଯାନୀ ଦାଶ, କଲେଜର ଆଧ୍ୟାପକ , ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରାଛାତ୍ରୀମାନେ ଉପସ୍ଥିତ ରହି ମନୋଜ୍ଞ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

 

Comments are closed.