ସ୍ଥାୟୀ ଲୋକ ଅଦାଲତ ସେବା ପକ୍ଷରୁ ୭୦ତମ ସମ୍ବିଧାନ ଦିବସ ପାଳିତ

କଟକ :  ସ୍ଥାୟୀ ଲୋକଅଦାଲତ (ଜନ ଉପଯୋଗୀ) ପକ୍ଷରୁ  ମଙ୍ଗଳବାର କଟକର କ୍ୟାଣ୍ଟେନମେଣ୍ଟ ସ୍ଥିତ ନିଜସ୍ବ କାର୍ଯ୍ୟାଳୟରେ ୭୦ତମ ସମ୍ବିଧାନ ଦିବସ ଅନୁଷ୍ଠିତ ହୋଇଯାଇଛି।  ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ସରୋଜ କୁମାର ସଭାପତିତ୍ବ କରିଥିଲେ। ଉକ୍ତ ଉତ୍ସବରେ ଅଧକ୍ଷ ସମ୍ବିଧାନ ପ୍ରତି ନିଜର ବ୍ୟକ୍ତିଗତ ଶ୍ରଦ୍ଧା ଏବଂ ବିଶ୍ବାସ ସହିତ ପ୍ରତିବଦ୍ଧିତା ଜାହିର କରିବାକୁ ଶପଥ ପାଠ କରାଇଥିଲେ। ସ୍ଥାୟୀ ଲୋକ ଅଦାଲତର ସଦସ୍ୟ ତପନ କମାର ମଣ୍ଡଳ, ପ୍ରଦୀପ କୁମାର ପଟ୍ଟନାୟକ ଏବଂ ସମାଜର ବହୁ ବୁଦ୍ଧିଜୀବି ଉପସ୍ଥିତ ରହି ସମ୍ବିଧାନ ଦିବସକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Comments are closed.