‘ସମାଜ’ର ଶତବାର୍ଷିକୀ ଉପଲକ୍ଷେ ସୁହୃଦ ଆନୁକୂଲ୍ୟରେ ଶ୍ରୀମଦ୍‍ ଭାଗବତ ସପ୍ତାହ ମହୋତ୍ସବ

କଟକ : ‘ସମାଜ’ର ଶତବାର୍ଷିକୀ ଉପଲକ୍ଷେ ସୁହୃଦ ଆନୁକୂଲ୍ୟରେ ଶ୍ରୀମଦ୍‍ ଭାଗବତ ସପ୍ତାହ ମହୋତ୍ସବ ସ୍ଥାନୀୟ ଶାରଳା ଭବନଠାରେ ଚଳିତ ମାସ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ରାଞ୍ଚିସ୍ଥିତ ଚିନ୍ମୟ ମିଶନର ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରବଚକ ପୂଜ୍ୟ ସ୍ୱାମୀ ମାଧବାନନ୍ଦଜୀ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟହ ସଂଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭାଗବତ ତତ୍ତ୍ୱ ଆଧାରରେ ମାନବ ସମାଜ କିଭଳି ସମସ୍ତ ଦୁଃଖକଷ୍ଟରୁ ମୁକ୍ତିଲାଭ କରିବେ, ତାହା ଉପରେ ଦିଗ୍‍ଦର୍ଶନ ଦେବେ। ଏଥିସହିତ ପ୍ରତ୍ୟହ ସଂଧ୍ୟା ୬.୩୦ରୁ ୭ଟା ପର୍ଯ୍ୟନ୍ତ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଚଳିତ ମାସ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ସକାଳ ୭.୩୦ରୁ ୮.୩୦ ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ କୈବଲ୍ୟ ଉପନିଷଦ ଉପରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଗୁଣୀଜନମାନେ ବହୁସଂଖ୍ୟାରେ ଉପସ୍ଥିତ ରହିବାକୁ ଆୟୋଜକ ମଣ୍ଡଳୀ ପକ୍ଷରୁ ଡଃ ଶର୍ମିଷ୍ଠା ଦାସ, ଡ଼ଃ ବିଷ୍ଣୁପ୍ରିୟା ମହାନ୍ତି, ସବିତା ଦାସ, ମଂଜୁ ନାୟକ ଏବଂ ସଂଗ୍ରାମ କେଶରୀ କରଣ ନିବେଦନ କରିଛନ୍ତି।

Comments are closed.