ହକି ବିଶ୍ୱକପକୁ ମୁରୁଜ ପକାଇ ସ୍ୱାଗତ କଲେ କଟକ ଚିତ୍ରଶିଳ୍ପୀ

0

କଟକ : ହକି ବିଶ୍ୱକପକୁ ନେଇ ସମଗ୍ର ଓଡ଼ିଶା ଉତ୍ସବମୁଖର ହୋଇଯାଇଛି। ହକି ମହାକୁମ୍ଭକୁ ସ୍ୱାଗତ କରିବା ପାଇଁ ବିଭିନ୍ନ ଲୋକ ନିଜର କଳା ମଧ୍ୟମରେ ଏହାକୁ ସ୍ୱାଗତ କରିଛନ୍ତି।

ସେହିପରି କଟକ ମଙ୍ଗଳବାଗ ଚିତ୍ରଶିଳ୍ପୀ ଚନ୍ଦ୍ର ପ୍ରକାଶ ରାଉତରାୟ ମୁରୁଜ ମାଧ୍ୟମରେ ହକି ବିଶ୍ୱକପର ଚିତ୍ର ଆଙ୍କିଛନ୍ତି। ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭିଡ ଲାଗିରହିଥିଲା।
ସୂଚନାଯୋଗ୍ୟ ଯେ, ଚିତ୍ରଶିଳ୍ପୀ ଚନ୍ଦ୍ରପ୍ରକାଶ ରଥଯାତ୍ରା, ଦୁର୍ଗାପୂଜା, ଗଣେଷ ପୂଜା ଆଦି ପର୍ବପର୍ବାଣୀରେ ଆକର୍ଷଣୀୟ ମୁରୁଜ ପକାଇଥାନ୍ତି। ଚନ୍ଦ୍ରପ୍ରକାଶଙ୍କ ଏହି କଳାକୁ ନେଇ ସ୍ଥାନୀୟ ବାସିନ୍ଦା ବେଶ ପସନ୍ଦ କରିଥାନ୍ତି।

Leave A Reply