୨୦ ମନ୍ତ୍ରଣାଳୟ, ୧୦୦ ବିଭାଗ ଉଚ୍ଛେଦ ଲାଗି କେନ୍ଦ୍ରକୁ ପ୍ରସ୍ତାବ

ସରକାରୀ କର୍ମଚାରୀଙ୍କ ଦରମା କାଟ ସହ ଆରବିଆଇର ଭୂମିକା ସମୀକ୍ଷା କରନ୍ତୁ ସରକାର

ସରକାରୀ କର୍ମଚାରୀଙ୍କ ବେତନ ହ୍ରାସ କରିବା, ୨୦ଟି ମନ୍ତ୍ରଣାଳୟ ଏବଂ ୧୦୦ଟି ବିଭାଗ ବନ୍ଦ କରିବା, ମଦ ଏବଂ ପେଟ୍ରୋଲ ଉପରେ ସାମଗ୍ରୀ ଓ ସେବା ଟିକସ ବୃଦ୍ଧି କରିବା ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଭୂମିକା ସମୀକ୍ଷା କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବା ଉଚିତ ବୋଲି ରାଷ୍ଟ୍ରୀୟ ସ୍ୱୟଂ ସଂଘ ସହ ଜଡିତ ଗୋଷ୍ଠୀ ଅର୍ଥ ଯଜ୍ଞ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।

ଜାତୀୟତାବାଦୀ ବୃତ୍ତିଗତ ସଂଗଠନ ଭାବରେ ଦର୍ଶାଉ ଥିବା ସେହି ଗୋଷ୍ଠୀ ପତ୍ରରେ ଦର୍ଶାଇଛନ୍ତି ଯେ ଏକ ବର୍ଷ ପାଇଁ ଆର୍ଥିକ ଦାୟିତ୍, ବଜେଟ୍ ପରିଚାଳନା ଆଇନ ଏବଂ ଛୋଟ ବ୍ୟବସାୟ ପାଇଁ ନିର୍ଦ୍ଧାରିତ ନିୟମକୁ ନିଲମ୍ବିତ କରାଯାଉ। ବିଜନେସ ଷ୍ଟାଣ୍ଡାର୍ଡ ଖବର କାଗଜ ରିପୋର୍ଟ ଅନୁଯାୟୀ ଅର୍ଥ ଯଜ୍ଞ ମାର୍ଚ୍ଚ ୨୦୧୧ ପର୍ଯ୍ୟନ୍ତ ସମସ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀଙ୍କ ଦରମା ୩୦ ପ୍ରତିଶତ ହ୍ରାସ କରାଯାଉ, ଚୀନ୍ ଉପରେ କରୋନା ଭାଇରସ୍, ଆଣ୍ଟି-ଡମ୍ପିଂ ଏବଂ ଅଣ-ଶୁଳ୍କ ପ୍ରତିବନ୍ଧକ ଲାଗୁ କରାଯାଉ ଯାହା ଫଳରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସହଜରେ ଋଣ ବ୍ୟବସ୍ଥା କରାଯାଇପାରିବ।

ସେହି ପତ୍ରରେ ଆହୁରି ମଧ୍ୟ କୁହାଯାଇଛି ଯେ ବର୍ତ୍ତମାନର ପରିସ୍ଥିତି ଯେତିକି ଯନ୍ତ୍ରଣାଦାୟକ, ସୁଯୋଗ ମଧ୍ୟ ସେତିକି ବ୍ୟାପକ। ଯଦି ଆମେ ସଂକଳ୍ପବଦ୍ଧ ଏବଂ ସମୟାନୁବର୍ତ୍ତୀ ଢ଼ଙ୍ଗରେ କାର୍ଯ୍ୟ କରିପାରିବା, ଭାରତ ଭବିଷ୍ୟତରେ ଏକ ବିଶ୍ୱସ୍ତରୀୟ ମହାଶକ୍ତି ହେବ ବୋଲି ଆରଏସଏସ ସହ ଜଡିତ ସେହି ସଂସ୍ଥା କହିଛି।

Comments are closed.