ପାକିସ୍ତାନ ଉପରେ ମୌଳିକ ବହିଃଶୁଳ୍କ ୨୦୦ଭାଗ ବୃଦ୍ଧି

0

ନୂଆଦିଲ୍ଲୀ: ପୁଲୁୱାମା ଆକ୍ରମଣ ପରେ ପାକିସ୍ତାନରୁ ଆମଦାନୀ ହେଉଥିବା ସବୁ ସାମଗ୍ରୀ ଉପରେ ମୌଳିକ ବହିଃଶୁଳ୍କ ଶତକଡା ୨୦୦ଭାଗକୁ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ଟ୍ୱିଟ କରି କହିଛନ୍ତି ଏହି ବୃଦ୍ଧି ତୁରନ୍ତ ଲାଗୁ କରାଯାଇଛି। ଶୁକ୍ରବାରଦିନ ପାକିସ୍ତାନଠାରୁ ଅତ୍ୟନ୍ତ ପସନ୍ଦ ରାଷ୍ଟ୍ର ମାନ୍ୟତା ପ୍ରତ୍ୟାହାର କରାଯିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପାକିସ୍ତାନୀ ସାମଗ୍ରୀ ଉପରେ ବହିଃଶୁଳ୍କ ବୃଦ୍ଧି ହେବା ଦ୍ୱାରା ସେ ଦେଶରୁ ରପ୍ତାନୀ ବହୁମାତ୍ରାରେ ହ୍ରାସ ପାଇବା ସହିତ ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପଡିବ। ପାକିସ୍ତାନ ଫଳ, ପରିବା, ଜିପସମ, ସିମେଣ୍ଟ, ପେଟ୍ରୋଲିୟମ ଉତ୍ପାଦ, ଖଣିଜସାମଗ୍ରୀ ଏବଂ ଚମଡା ଆଦି ଭାରତକୁ ରପ୍ତାନୀ କରିଥାଏ।

Leave A Reply