ହାଜତ ମୃତ୍ୟୁ ଘଟଣା – ୨ ଥାନାର ୪ ପୁଲିସ ଅଧିକାରୀ ନିଲମ୍ବିତ

ରାଜ୍ୟରେ ଗୁରୁବାର ଘଟିଥିବା ଦୁଇଟି ହାଜତ ମୃତ୍ୟୁ ଘଟଣାରେ ସରକାର କଠୋର ପଦକ୍ଷେପ ନେଇଛନ୍ତି। ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ଟ୍ୱିଟ କରି ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଛି। ପୁରୀ ଏସପି ଅଖିଳେଶ୍ବର ସିଂହଙ୍କୁ କଟକ ମୁଖ୍ୟାଳୟକୁ ବଦଳି କରାଯାଇ ତାଙ୍କ ସ୍ଥାନରେ ସମ୍ବଲପୁରରେ କାର୍ଯ୍ୟରତ ଏସପି କେ. ବିଶାଳ ସିଂହଙ୍କୁ ପୁରୀ ଏସପି ଭାବରେ ଅବସ୍ଥାପିତ କରାଯାଇଛି।

ଅନ୍ୟପକ୍ଷରେ ବୀରମିତ୍ରପୁର ଥାନାଧିକାରୀ ସ୍ମୃତିପ୍ରଭା ପ୍ରଧାନଙ୍କୁ ଦୁର୍ବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ପାଇଁ ପୁଲିସ ଡିଜି ଅଭୟ ନିଲମ୍ବନ କରିଛନ୍ତି। ଏଠି ସହିତ ପୁରୀ ବାସେଳିସାହି ଥାନା ଏସଆଇ ବିପ୍ଲବ କୁମାର ପ୍ରଧାନଙ୍କ ସମେତ ସେହି ଥାନାର ୨ କନଷ୍ଟେବଲ ଜଗନ୍ନାଥ ସ୍ୱାଇଁ ଓ ବାବୁଲି ବେହେରାଙ୍କୁ ଦୁର୍ବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ପୁରୀ ବାସେଳୀ ସାହି ଓ ସୁନ୍ଦରଗଡ଼ ଜିଲାର କୁଆଁରମୁଣ୍ଡାରେ ଦୁଇଟି ହାଜତ ମୃତ୍ୟୁ ଘଟିଥିଲା। ଏ ନେଇ ସାଧାରଣ ଲୋକ, ରାଜନୈତିକ ଦଳ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିରୋଧ ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ଜାତୀୟ ମାନବାଧିକାର କମିଶନ ଓ ହାଇକୋର୍ଟ ଏହି ପ୍ରସଙ୍ଗରେ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି।

Comments are closed.