ବୁଟ ଡ଼ାଲି ଲାଉ ତରକାରୀ

0

ଆବଶ୍ୟକ ସାମଗ୍ରୀ
ବୁଟ ଡ଼ାଲି – ଆବଶ୍ୟକ ପରିମାଣରେ
ଲାଉ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଟମାଟୋ – ୧ଟି
ଘିଅ – ଆବଶ୍ୟକ ପରିମାଣରେ
ହେଙ୍ଗୁ – ଅଳ୍ପ
ତେଜପତ୍ର – ଅଳ୍ପ
ଜିରା – ଅଳ୍ପ
ଧନିଆପତ୍ର – ଅଳ୍ପ
ଡ଼ାଲଚିନି, ଲବଙ୍ଗ, ବଡ଼ ଅଳେଇଚ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଲାଉକୁ ଛୋଟ ଛୋଟ ଆକୃତିର କରି କାଟି ରଖନ୍ତୁ। ଏହା ପରେ ଗ୍ୟାସ ଲଗାଇ କୁକର ବସାନ୍ତୁ। ଏବେ କୁକରରେ ବୁଟ ଡ଼ାଲି, ଲୁଣ, ହଳଦୀ ଏବଂ ଟମାଟୋ, କଟା ଲାଉ ପକାଇ ୫ ରୁ ୧୦ ମିନିଟ ସିଝାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାନ୍ତୁ। କଡ଼େଇରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ହେଙ୍ଗୁ, ତେଜପତ୍ର,ଜିରା, ଡ଼ାଲଚିନି, ଅଳେଇଚ ଗୁଣ୍ଡ, ଲବଙ୍ଗ ପକାଇ ଘାଣ୍ଟନ୍ତୁ। ଏବେ ସିଝା ହୋଇ ରହିଥିବା ଲାଉ ଓ ବୁଟ ଡ଼ାଲିର ସିଝା ପକାନ୍ତୁ। କିଛି ଧନିଆପତ୍ର ପକାଇ ୨ ମିନିଟ ଗ୍ୟାସରେ ବସାଇ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବୁଟ ଡ଼ାଲି ଲାଉ ତରକାରୀ।

Leave A Reply