ଔଷଧ ନିଗମର କରୋନା କିଟ୍ କିଣାରେ ଦୁର୍ନୀତି ଅଭିଯୋଗ କଲା କଂଗ୍ରେସ

ଭୁବନେଶ୍ଵର: କରୋନା ମୁକାବିଲା ନିମନ୍ତେ ଓଡିଶା ଔଷଧ ନିଗମର ମହାଦୁର୍ନୀତି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଏଥିରେ କୋଟି କୋଟି ଟଙ୍କା ହରିଲୁଟ ହୋଇଛି ବୋଲି କଂଗ୍ରେସ ନେତା ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ ଯେଉଁ ମେସିନ ୫ ଲକ୍ଷ ଟଙ୍କାରେ ମିଳିପାରି ଥାଆନ୍ତା, ତାକୁ ୧୨ ଲକ୍ଷ ୯୪ ହଜ଼ାର ଟଙ୍କାରେ କିଣାଯାଇଛି। ଏଥିରେ ବ୍ୟବହୃତ ଟେଷ୍ଟିଙ୍ଗ କିଟ ଯାହା ୭୦୦ ଟଙ୍କାରେ ଉପଲବ୍ଧ ତାକୁ ୧୩୧୪ ଟଙ୍କାରେ କିଣାଯାଇଛି। ଔଷଧ ନିଗମ ଅଧିକ ଦାମରେ ୧୦୦ ଟି ପିସିଆର ମେସିନ କିଣିଥିବାବେଳେ ୨ ଲକ୍ଷ କିଟ୍ କିଣିଛନ୍ତି।ଏ ବାବଦକୁ ସରକାର ୪୧ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ବାସ୍ତବରେ ଏହାର ଅଧାରୁ କମ ଦାମରେ ମିଳିପାରିଥାନ୍ତା। ଓଡିଶା ଔଷଧ ନିଗମର ମାସ୍କ,ସାନିଟାଇଜର ଓ ଟେଷ୍ଟିଂ କିଟ ଇତ୍ୟାଦି କିଣାରେ ବ୍ୟାପକ ଦୁର୍ନୀତି ଏହା ଏକ ନମୁନା ମାତ୍ର। ଆହୁରି ଅନେକ ଏହିଭଳି ଦୁର୍ନିତର ଖୁଲାସା ଜରିବା କଂଗ୍ରେସ ପରବର୍ତ୍ତୀ ସମୟରେ ବୋଲି ସୁଦର୍ଶନ ଦାସ କହିଛନ୍ତି ।