ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୪ ଜଣ କର୍ମଚାରୀ ଆହତ

ଝାରସୁଗୁଡା: ଖୁଣ୍ଟରେ ଚଢି କାମ କଲା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି। ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ଫଳରେ କର୍ମଚାରୀମାନେ ତଳକୁ ଛିଟକି ପଡିଥିଲେ। ବ୍ରଜରାଜନଗର-ବେଲପାହାଡ ଲାଇନ୍ ଲାଜକୁରା ଠାରେ ଏହି ଅଘଟଣ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ବ୍ରଜରାଜନଗର-ବିଳାସପୁର ରୁଟରେ କାମ ଚାଲିଥିବା ବେଳେ କର୍ମଚାରୀମାନେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତଳେ ଛିଟକି ପଡିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରଜରାଜନଗର କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Comments are closed.