ଜାମ୍ମୁ ଅଞ୍ଚଳରେ ସାନ୍ଧ୍ୟ ଆଇନ ଲାଗୁ

0

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ସମଗ୍ର ଜାମ୍ମୁ ଅଞ୍ଚଳରେ ବ୍ୟାପକ ପ୍ରତିବାଦ ଯୋଗୁଁ ଜାମ୍ମୁ ସହର ଓ ଏହାର ଉପକଣ୍ଠରେ ସାନ୍ଧ୍ୟ ଆଇନ ଲାଗୁ କରାଯାଇଛି। ଆଇନଶୃଙ୍ଖଳା ରକ୍ଷା କରିବାରେ ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ସେନାବାହିନୀକୁ ଡକାଯାଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲେ ମଧ୍ୟ ନିୟନ୍ତ୍ରଣାଧିନ ରହିଛି। ସେନା ପକ୍ଷରୁ ପ୍ଲାଗ୍‍ମାର୍ଚ କରାଯାଇଛି । ଜାମ୍ମୁର ଗୁଜ୍ଜର ନଗର ଅଞ୍ଚଳରେ ସ୍ଥାନୀୟ ଅଧିବାସୀମାନଙ୍କ ପକ୍ଷରୁ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସାନ୍ଧ୍ୟ ଆଇନ ଲାଗୁ କରାଯାଇଛି।

Leave A Reply