ଶ୍ରୀକ୍ଷେତ୍ରରେ ୪୮ଘଣ୍ଟା ସାନ୍ଧ୍ୟ ଆଇନ

ପୁରୀ : ଶନିବାର ୧୦ତାରିଖ ଦିନ ପୁରୀ ସହରରେ ଲାଗୁ ହେବନାହିଁ ସପ୍ତାହାନ୍ତ କଟକଣା। ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଛି। ତେବେ ରଥଯାତ୍ରା ପାଇଁ ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସମଗ୍ର ପୁରୀ ସହରରେ ସାନ୍ଧ୍ୟ ଆଇନ ଜାରି କରାଯିବ ବୋଲି ସେଥିରେ କୁହାଯାଇଛି। ସାନ୍ଧ୍ୟ ଆଇନକୁ ଦୃଷ୍ଟିରେ ରଖି ଶନିବାର ପୁରୀ ସହରକୁ ସପ୍ତାହାନ୍ତରୁ ବାଦ୍‌ ଦିଆଯାଇଥିବା ଜଣାପଡିଛି। ୧୨ତାରିଖ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। କରୋନା କଟକଣା ସହ ବିନାଭକ୍ତରେ ରଥଯାତ୍ରା ପାଇଁ ସରକାର ନିର୍ଦେଶ ଦେଇଛନ୍ତି। ତେଣୁ ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ ସାନ୍ଧ୍ୟ ଆଇନ ବଳବତ୍ତର ରହିବ।

Comments are closed.