ଖୋର୍ଦ୍ଧା ରୋଡ ଷ୍ଟେସନ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରବିବାର ଦିନ ଗୋଟାଏରୁ ସୋମବାର ସକାଳ ୭ଯାଏଁ କର୍ଫ୍ୟୁ

ଭୁବନେଶ୍ଵର : ଅହମ୍ମଦାବାଦରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ୨ଟି ଟ୍ରେନ୍‌ ଆଜି ଖୋର୍ଦ୍ଧା ରୋଡରେ ଆସି ପହଞ୍ଚିବ । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଶ୍ରମିକ ଓହ୍ଲାଇବାକୁ ଥିବା ଖୋର୍ଦ୍ଧା ରୋଡ ଷ୍ଟେସନ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରାଯାଇଛି । ଜିଲା ପ୍ରଶାସନ ପକ୍ଷରୁ ଆଜି ଦିନ ଗୋଟାଏରୁ ଆସନ୍ତାକାଲି ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ଏହି ଅଞ୍ଚଳ ଗୁଡିକରେ ଯିବା ଆସିବାକୁ ନିଷିଦ୍ଧ କରାଯାଇଥିବା  ସହ ଦୋକାନ ବଜାର ଆଦିକୁ ମଧ୍ୟ ବନ୍ଦ କରିଦିଆଯିବା ।

Comments are closed.