ରାଜ୍ୟରେ ଆଉ ୨୨୯ କରୋନା ଆକ୍ରାନ୍ତ ସୁସ୍ଥ ; ଗଞ୍ଜାମରେ ସର୍ବାଧିକ ୯୧ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଶନିବାର ଆଉ ୨୨୯  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫,୯୩୪କୁ ବୃଦ୍ଧି ହୋଇଛି। ଏ  ନେଇ ରାଜ୍ୟ ସ୍ବାସ୍ଥ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

 

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୯୧ ଜଣ ରହିଛନ୍ତି । ସେହିପରି ଖୋର୍ଦ୍ଧା ଜିଲାରୁ – ୨୯, ଗଜପତି- ୨୬, ଝାରସୁଗୁଡା- ୧୫, ବଲାଙ୍ଗୀର- ୧୨, ଜଗତସିଂହପୁର- ୧୧, ମୟୁରଭଞ୍ଜ- ୧୧, ଯାଜପୁର- ୮, କେନ୍ଦ୍ରାପଡ଼ା- ୬, କେନ୍ଦୁଝର- ୫, କଟକ ଓ ସୁନ୍ଦରଗଡ ଜିଲାରୁ ୪ ଜଣ ଲେଖାଏଁ , ଭଦ୍ରକ ଓ ନାୟଗଡ଼ ଜିଲାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବରଗଡ ଜିଲାରୁ ଜଣେ ସୁସ୍ଥ ହୋଇଛନ୍ତି ।

 

Comments are closed.