ଦହି ପାଉଁରୁଟି ସେକା

ପାଉଁରୁଟି – ୬ ଖଣ୍ଡ
ଦହି – ୧କପ
ଗାଜର – ଅଳ୍ପ
ସିମଲା ଲଙ୍କା – ଅଳ୍ପ
ଟମାଟୋ – ସାମାନ୍ୟ
କଞ୍ଚାଲଙ୍କା – ଅଳ୍ପ
ଲୁଣ – ଆବଶ୍ୟକ ଅନୁଯାୟୀ
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଚାର୍ଟ ମସଲା – ଅଳ୍ପ
ଅଦା – ଅଳ୍ପ
ବଟର – ୬ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ଗାଜର, ସିମଲା ଲଙ୍କା, ଟମାଟୋ, କଞ୍ଚା ଲଙ୍କାକୁ ପ୍ରଥମେ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏକ ପାତ୍ରରେ ଦହିରେ ଏହି ସମସ୍ତ କାଟିଥିବା ଟମାଟୋ, ସିମଲାଲଙ୍କା, କଞ୍ଚା ଲଙ୍କା, ଗାଜରକୁ , ଲୁଣ, ଧନିଆପତ୍ର, ଅଦା , ଗୋଲମରିଚ ଗୁଣ୍ଡ, ଚାର୍ଟ ମସଲା ପକାଇ ଗୋଳାଇ ଦିଅନ୍ତୁ। ଏବେ ଗୋଟିଏ ପାଉଁରୁଟି ଉପରେ ଦହିର ମିଶ୍ରଣ ରଖି ଏହା ଉପରେ ଆଉ ଏକ ପାଉଁରୁଟିରେ ବଟର ଲଗାଇ ଏହି ପାଉଁରୁଟି ଉପରେ ରଖି ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ ତାୱା ବସାନ୍ତୁ। ତାୱା ଗରମ ହେବା ପରେ ପ୍ରସ୍ତୁତ ପାଉଁରୁଟିକୁ ରଖନ୍ତୁ ଓ ବଟରରେ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ପାଉଁରୁଟି ସେକା।

Comments are closed.