ଦହି ପାଉଁରୁଟି ଛଣା

ଆବଶ୍ୟକ ସାମଗ୍ରୀ
ପାଉଁରୁଟି – ୬ ଖଣ୍ଡ
ଦହି – ୧କପ ରୁ କମ
ବେସନ – ୧କପ ରୁ କମ
କଞ୍ଚାଲଙ୍କା ବଟା – ଅଳ୍ପ
ଜିରା – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
କଟା ଧନିଆପତ୍ର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପାଉଁରୁଟିର ଚାରିପାଖକୁ ଛୁରୀ ସାହାଯ୍ୟରେ କାଟି ଦିଅନ୍ତୁ। ଏହାପରେ ପାଉଁରୁଟିକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ପାଉଁରୁଟି ଖଣ୍ଡ, ଦହି, ବେସନ, କଞ୍ଚାଲଙ୍କା ବଟା, ସାମାନ୍ୟ ଲୁଣ, ଜିରା, ଧନିଆ ପତ୍ର, ଅଳ୍ପ ପାଣି ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼ାଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଳାଇ ରଖିଥିବା ମିଶ୍ରଣରୁ ଏକ ଚାମଚରୁ ନେଇ କଡ଼େଇରେ ପକାଇ ଛାଣନ୍ତୁ। ଭଲ ଭାବେ ଛାଣିବା ପରେ ଏକ ପାତ୍ରକୁ କାଢି ସସ୍‍ ଓ ଚଟଣି ସହ ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ପାଉଁରୁଟି ଛଣା ।

Comments are closed.