MEllora 950×100

ଜଳଖିଆରେ ଖାଆନ୍ତୁ ଦହି,ଜିଲାପି ; ବ୍ରଣ ସହ ଦୂର ହେବ ତ୍ୱଚା ସମସ୍ୟା

ଦହି ଓ ଜିଲାପିକୁ ଖାଇବାକୁ ଅନେକ ପସନ୍ଦ କରିଥାଆନ୍ତି। ଗାଁ ହେଉ ଅଥବା ସହର ସମସ୍ତ ସ୍ଥାନରେ ଏହାର ଚାହିଦା ଅଧିକ। ବିଶେଷ କରି ଶୀତଦିନେ ଗରମାଗରମ ଜିଲାପି ଓ ସତେଜ ଦହି ସକାଳର ଜଳଖିଆରେ ମିଳିଲେ ତେବେ ସ୍ୱାଦ ସହ ଖୁସି ମିଳିଥାଏ।
ଦହି ଓ ଜିଲାପିର ସେବନ ଯେତେ ସ୍ୱାଦିଷ୍ଟ ,ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତେ ଉପକାରୀ। ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ଏହାସହ ଦହିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ, ପ୍ରୋଟିନ୍‌‌ ଓ ଭିଟାମିନ୍‌‌ ପ୍ରଚୁର ପରିମାଣରେ ରହିଛି। ଯାହା ଶରୀରକୁ ସୁସ୍ଥ ରଖିଥାଏ। ଦହିର ସେବନ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ଏକ ଉତ୍ତମ ବିକଳ୍ପ।  ତେଣୁ ବିଶେଷ କରି ଶୀତଦିନେ ସକାଳର ଜଳଖିଆରେ ଦହି ଓ ଜିଲାପି ଖାଇବା ଦ୍ୱାରା କି କି ଲାଭ ମିଳିଥାଏ ଜାଣନ୍ତୁ..
ଦହି ସହ ଜିଲାପିର ସେବନ ଦ୍ୱାରା ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ମିଳିଥାଏ।
ଜିଲାପିର ଗୁଣ ମିଠା ହୋଇଥାଏ। ମିଠା ଜିନିଷର ସେବନ ଦ୍ୱାରା ମସ୍ତିଷ୍କ ଥଣ୍ଡା ଓ ଖୁସି ରହିଥାଏ। ଦହି ଖାଇବା ଦ୍ୱାରା ମନ ଓ ମସ୍ତିଷ୍କ ଶାନ୍ତ ରହିଥାଏ। ତେଣୁ ଶୀତ ସକାଳେ ଜଳଖିଆରେ ଦହି-ଜିଲାପି ଖାଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ।
ସେହିପରି ଶୀତଦିନେ ବିଶେଷ କରି ତ୍ୱଚା ଜନିତ ଅନେକ ସମସ୍ୟା ସହ ଶୁଷ୍କ ହୋଇଥାଏ। ତେଣୁ ନିଜ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌‌। ତ୍ୱଚାର ମଧ୍ୟ ଯତ୍ନ ନେବା ଆବଶ୍ୟକ। ତେଣୁ ତ୍ୱଚା ପାଇଁ ଦହି ଓ ଜିଲାପି ଏକ ଉତ୍ତମ ବିକଳ୍ପ। ଦହିରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଛି। ଏହା ତ୍ୱଚା ପାଇଁ ଖୁବ ଉପକାରୀ। କ୍ୟାଲସିୟମର ଅଭାବ ହେବା ଦ୍ୱାରା ହିଁ ତ୍ୱଚାରେ ଧଳା ଦାଗ, ଶୁଷ୍କପଣ, ବ୍ରଣ ଆଦି ସମସ୍ୟା ହୋଇଥାଏ। ତେଣୁ ଦହି ନିଶ୍ଚୟ ଖାଆନ୍ତୁ। ଏହାଦ୍ୱାରା ତ୍ୱଚାରୁ ବ୍ରଣ , କଳାଦାଗ ଓ ଟ୍ୟାନିଙ୍ଗ୍‌‌ ସମସ୍ୟା ଦୂର ହୋଇଥାଏ।
ଦହି ଓ ଜିଲାପି ପେଟ ପାଇଁ ମଧ୍ୟ ଖୁବ୍‌‌ ଉପକାରୀ। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଶୀତଦିନେ ବିଶେଷ କରି ଅଧିକାଂଶ ଲୋକଙ୍କର କୋଷ୍ଠକାଠିନ୍ୟ ସମସ୍ୟା ହୋଇଥାଏ। ପେଟରେ ଯନ୍ତ୍ରଣା ମଧ୍ୟ ହୋଇଥାଏ। ତେଣୁ ସକାଳର ଜଳଖିଆରେ ଦହି ଓ ଜିଲାପି ଖାଆନ୍ତୁ। ଜଳଖିଆରେ ଏହାକୁ ସେବନ ଦ୍ୱାରା ଦିନଯାକ ଆରାମ ଅନୁଭବ ହୋଇଥାଏ।

Comments are closed.