ହିତକାରୀ ବୀଜାଣୁ

ଦୀର୍ଘ ସମୟ ଧରି ଚାଲିଥିବା ଗବେଷଣାରୁ ଜଣାପଡିଛି ଯେ ସୁସ୍ଥ ଜୀବନ ବା ନିରୋଗ ରହିବା ପାଇଁ ହିତକାରୀ ବୀଜାଣୁର ମୁଖ୍ୟ ଭୂମିକା ରହିଛି। ତେବେ ଆସନ୍ତୁ ଜାଣିବା ନିରୋଗ ଜୀବନ ପାଇଁ ବୀଜାଣୁ କିଭଳି ଲାଭଦାୟକ ହୋଇପାରେ।

ଦହିରେ ମୁଖ୍ୟତଃ ହିତକାରକ ବୀଜାଣୁ ରହିଥାଏ। ଏହା ଉଭୟ କୋଶିକା ଏବଂ ରୋଗପ୍ରତିରୋଧକ ପଦ୍ଧତିକୁ ସନ୍ତୁଳିତ ରଖିଥାଏ। ଏହାସହ ଦହି ଖାଦ୍ୟନଳୀକୁ ସଂକ୍ରମଣରୁ ରକ୍ଷା କରେ। ବ୍ରୋକୋଲି ଓ ଦହି ଅନ୍ତଃନଳୀ କର୍କଟ ରୋଗରୁ ରକ୍ଷା କରେ।

ବିଭିନ୍ନ ପ୍ରକାର ଖାଦ୍ୟ: ହିତକାରକ ବୀଜାଣୁ ଥିବା ବିଭିନ୍ନ ପ୍ରକାର ଖାଦ୍ୟ ଶରୀରକୁ ସୁସ୍ଥ ରଖିବା ସହ ଶରୀରରୁ ଅଦରକାରୀ ଚର୍ବି ନଷ୍ଟ କରିଥାଏ । ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଉତ୍ତମ ଅଟେ ।

ଅମ୍ଳ ସୃଷ୍ଟିକାରୀ ଖାଦ୍ୟ: ଭାରତୀୟମାନେ ପ୍ରାୟତଃ ଅମ୍ଳ ସୃଷ୍ଟିକାରୀ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଯେପରି ଇଟିଲି, ଦୋଷା, ଢୋକଲା ଓ ଦହି। ଏହି ସବୁ ଖାଦ୍ୟରେ ରୋଗ ପ୍ରତିରୋଧକାରୀ ଶକ୍ତି ଅଧିକ ଥାଏ।

ଅନିଦ୍ରା: ଯଦି ରାତିରେ ନିଦ ହେଉ ନାହିଁ, ତେବେ ନିୟମିତ ରାତ୍ରିଭୋଜରେ ଦହି ସାମିଲ କରନ୍ତୁ। ଧୀରେ ଧୀରେ ଏହି ସମସ୍ୟା ଦୂର ହେବ।

ପାଚନ ପ୍ରକ୍ରିୟା: ନିୟମିତ ଦହି ସେବନ କରିବା ଅମୃତ ସଦୃଶ ହୋଇଥାଏ। ଏହା ଦ୍ବାରା ରକ୍ତ ହିନତା ଓ ଶରୀର ଅନୁଭବ ହେଉଥିବା ଦୁର୍ବଳତା ଦୂର କରେ। ଏହା ସହ ପାଚନ ପ୍ରକ୍ରିୟା ସକ୍ରିୟ ହୋଇଥାଏ ।

Comments are closed.