ଜିରା ପାଣି ଦିଏ ଅନେକ ସମସ୍ୟାରୁ ମୁକ୍ତି

0

ଜିରା ସାଧାରଣତଃ ସମସ୍ତଙ୍କ ରୋଷେଇ ଘରେ ନିଶ୍ଚିତ ରୂପେ ଉପଲବ୍ଧ। ରୋଷେଇରେ ବ୍ୟବହୃତ ହେଉଥିବା ବିଭିନ୍ନ ମସଲା ମଧ୍ୟରେ ଏହା ମୁଖ୍ୟ। ଜିରା ଖାଦ୍ୟର ସ୍ବାଦ ବଢାଇବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପଯୋଗୀ। ଜିରା ପାଣି ନିୟମିତ ପିଇବା ଦ୍ବାରା ଅନେକ ସମସ୍ୟା ଦୂର ହୋଇଥାଏ। ତେବେ ଚାଲନ୍ତୁ ଜାଣନ୍ତୁ ଜିରା ବା ଜିରା ପାଣି ଆମ ଶରୀରର କି ଉପକାର କରିଥାଏ –

ଶରୀରର ଓଜନ କମାଇବାରେ ଜିରା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସକାଳୁ ଖାଲିପେଟରେ ଜିରାପାଣି ପଇବା ଦ୍ୱାରା ଓଜନ କମ୍ ହୋଇଥାଏ। ଆପଣ ଯଦି ମୋଟାପଣ ପାଇଁ ଚିନ୍ତିତ ଅଛନ୍ତି ତେବେ ନିୟମିତ ସକାଳେ ଜିରାପାଣି ପିଅନ୍ତୁ।

ଏହା ସହିତ ଜିରା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ମଧୁମେହ ଦୂର ହେବା ସହ ଶରୀରରେ ଇନ୍ସୁଲିନ, ମେଟାବୋଲିଜିମ୍(ବିପାକ କ୍ରିୟା) ଆଦି ପ୍ରକ୍ରିୟା ମଜବୁତ ହୋଇଥାଏ। ସ୍ବାସ୍ଥ୍ୟ ବିଶାରଦମାନଙ୍କ କହିବା ଅନୁସାରେ ଯେଉଁମାନେ ଖାଲିପେଟରେ ଜିରାପାଣି ପିଅନ୍ତି ୨୦ ଦିନ ମଧ୍ୟରେ ସେମାନଙ୍କ ଓଜନ କମ୍ ହୋଇଥାଏ।

ଜିରାରେ ଆଣ୍ଟିଅକ୍ସିଡାଣ୍ଟ ପରିମାଣ ଅଧିକ ରହିଥାଏ। ଏହା ସହ କପର, ମାଙ୍ଗାନିଜ୍ ଓ ମିନେରାଲ୍ସ ରହିଥାଏ। ଯାହାକି ଶରୀରକୁ କ୍ଷତି ପହଞ୍ଚାଉଥିବା ପଦାର୍ଥକୁ ବାହାରକୁ କାଢ଼ିଥାଏ।

ଜିରାପାଣି ପିଇବା ଦ୍ବାରା ହଜମ ଶକ୍ତି ବଢିଥାଏ। ଏଥିସହିତ ଭୋକ ମଧ୍ୟ କମ୍ ହୋଇଥାଏ। ସକାଳୁ ଏକ ଗ୍ଲାସ ଜିରାପାଣି ପିଇବା ଦ୍ୱାରା ପେଟ ପୂରିଲା ପୂରିଲା ରହିଥାଏ। ଯଦ୍ବାରା ଓଜନ କମିଥାଏ।

ଜିରା ପାଣି କିପରି ପ୍ରସ୍ତୁତ କରିବେ ଜାଣନ୍ତୁ :

ଏକ ଗ୍ଲାସ ପାଣିରେ ଗୋଟେ ଚାମଚ ଜିରା ରାତି ସାରା ଭିଜାଇ ରଖନ୍ତୁ। ସକାଳୁ ଏହାକୁ ଛାଣି ପିଅନ୍ତୁ। ଏହାକୁ ତମ୍ବାପାତ୍ରରେ ଭିଜାଇ ପିଇଲେ ଅଧିକ ସୁଫଳ ମିଳିଥାଏ।

Leave A Reply